ଆଣ୍ଡାମାନର ଆଦିମ ଜନଜାତି କରୋନା ସଂକ୍ରମିତ

ପୋର୍ଟବ୍ଲେୟାର : ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଆଦିମ ଜନଜାତି କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଗ୍ରେଟ ଆଣ୍ଡାମାନିଜ୍‍ ନାମକ ଆଦିବାସୀ ସମ୍ପ୍ରଦାୟର ୧୦ଜଣ କରୋନା ସଂକ୍ରମିତ ହୋଇଥିବା ଏଠାକାର ସରକାରୀ ଅଧିକାରୀ ଗୁରୁବାର କହିଛନ୍ତି। ଏହାକୁ ନେଇ ଉଦ୍‍ବେଗ ପ୍ରକାଶ ପାଇଛି। କାରଣ ଆଣ୍ଡାମାନ ଦ୍ୱୀପପୁଞ୍ଜର ଉପାନ୍ତ ଅଞ୍ଚଳରେ ରହୁଥିବା ଏହି ଆଦିମ ଜନଜାତିର ସୁରକ୍ଷା ନେଇ ସରକାର ସର୍ବଦା ତତ୍ପରତା ଦେଖାଇଥାନ୍ତି। ସଂକ୍ରମିତ ୧୦ଜଣଙ୍କ ମଧ୍ୟରୁ ୬ଜଣଙ୍କୁ କ୍ୱାରେଣ୍ଟାଇନ୍‍ରେ ରଖାଯାଇଛି ଓ ୪ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଗ୍ରେଟ୍‍ ଆଣ୍ଡାମାନିଜ୍‍ ଜନଜାତିରେ ଏବେ ମାତ୍ର ୫୦ଜଣ ଲୋକ ଅଛନ୍ତି। ଏମାନେ ଷ୍ଟ୍ରେଟ୍‍ ଦ୍ୱୀପରେ ବାସ କରନ୍ତି। ସରକାର ସେମାନଙ୍କ ଖାଦ୍ୟ ଓ ବାସସ୍ଥାନର ବ୍ୟବସ୍ଥା କରୁଛନ୍ତି। କରୋନା ସଂକ୍ରମଣ ପରେ କର୍ତ୍ତୃପକ୍ଷ ଏଠାକୁ ଡାକ୍ତରୀ ଦଳ ପଠାଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ମୋଟ ଜନସଂଖ୍ୟା ୪ଲକ୍ଷ ହୋଇଥିବାବେଳେ ୨୨୬୮ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୩୭ଜଣଙ୍କର ମୃତ୍ୟୁ ହେଲାଣି।

Comments are closed.