ତାଇୱାନ୍‌ ପାର୍ଲର: ଏଠାରେ ହାତରେ ନୁହେଁ, ଛୁରୀରେ ହୁଏ ମାଲିସ୍

ନୂଆଦିଲ୍ଲୀ : ସାଧାରଣତଃ ମାଂସ, ଫଳ, ପନିପରିବା ଇତ୍ୟାଦି କାଟିବାରେ ଛୁରୀକୁ ବ୍ୟବହୃତ କରାଯାଏ। କିନ୍ତୁ କ’ଣ ଆପଣ କେବେ ଶୁଣିଛନ୍ତି ଏକ ଛୁରୀରେ ଶରୀରକୁ ମାଲିସ୍ କରାଯିବାର? ଏହା ଶୁଣି ଆପଣଙ୍କୁ ଟିକେ ଅଜବ ଲାଗୁଥିବ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ପୂର୍ବ ଏସିଆ ଦେଶ ତାଇୱାନରେ ପାର୍ଲରରେ ଛୁରୀରେ ମାଲିସ୍ କରାଯାଏ । ଏହାକୁ ’ଡାଉଲିଆଓ’ କୁହାଯାଏ, ଯାହାର ଅର୍ଥ ଚାଇନିଜ୍ ଭାଷାରେ ’ଛୁରୀରେ ମସାଜ୍’ ବା ନାଇଫ୍ ଥେରାପି’। ଚୀନର ଔଷଧ ବିଜ୍ଞାନ କ୍ଷେତ୍ରରେ ଏହା ବହୁତ ଲୋକପ୍ରିୟ। ଛୁରୀରେ କରାଯାଉଥିବା ଏହି ମାଲିସ୍ ପ୍ରାୟ ୨ହଜାର ବର୍ଷ ପୁରୁଣା। ଏହାକୁ ବୌଦ୍ଧ ଭିକ୍ଷୁମାନେ ଆରମ୍ଭ କରିଥିଲେ।
ପ୍ରାୟ ଏକ ହଜାର ବର୍ଷ ପୂର୍ବେ, ଏହି ଚିକିତ୍ସା ଜାପାନରେ ଟାଙ୍ଗ ରାଜବଂଶ ସମୟରେ ମଧ୍ୟ ବୃଦ୍ଧି ପାଇଥିଲା ଜ୍ଝ ୧୯୪୦ ଦଶକରେ ଚୀନ ର ଗୃହଯୁଦ୍ଧ ସମୟରେ, ଛୁରୀରେ ମାଲିସ୍ କରିବାର ଏହି ପରମ୍ପରା ତାଇୱାନରେ ପହଞ୍ଚିଥିଲା। ଯଦିଓ ଏହି ଚିକିତ୍ସା ଅଭ୍ୟାସ ଆଜି ଚୀନ୍ ଏବଂ ଜାପାନରେ ସମାପ୍ତ ହୋଇଛି, ତଥାପି ତାଇୱାନରେ ଏହା ବହୁତ ଲୋକପ୍ରିୟ ହୋଇ ପାରିଛି। ଏହି ଥେରାପି ଶିକ୍ଷା ଦେବା ପାଇଁ ତାଇୱାନର ରାଜଧାନୀ ତାଇପେଇରେ ଏକ ଶିକ୍ଷା କେନ୍ଦ୍ର ମଧ୍ୟ ଖୋଲାଯାଇଛି।
ଏହାର ନାମ ହେଉଛି, ଦି ଆନସିଏଣ୍ଟ ଆର୍ଟ ଅଫ ନାଇଫ୍ ମସାଜ୍। ତାଇୱାନରେ ଏହି ଶିକ୍ଷା କେନ୍ଦ୍ରର ପ୍ରାୟ ୩୬ଟି ଶାଖା ରହିଛି। ସେଥିମଧ୍ୟରୁ ୧୫ଟି କେବଳ ଗତ ପାଞ୍ଚ ବର୍ଷ ମଧ୍ୟରେ ଖୋଲାଯାଇଛି। ଏବେ ତାଇୱାନ ପାର୍ଲର୍‌ରେ ‘ନାଇଫ୍‌ ଥେରାପି’ ଖୁବ୍ ଲୋକପ୍ରିୟ ହୋଇଥିବା ଜଣାପଡ଼ିଛି।

Comments are closed.