ଅନନ୍ୟାଙ୍କ ସ୍ବାଧୀନତା

ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଆଜିକାଲି ବଲିଉଡର ନବାଗତା ଦୌଡ଼ରେ ନିଜକୁ ସାମିଲ କରାଇପାରିଛନ୍ତି। ତାଙ୍କ ଅଭିନୟ ଅନ୍ଦାଜକୁ ନେଇ ଏଯାଏଁ ​‌କେତେଜଣ ଟିପ୍ପଣୀ ଦେଉଥିବାବେଳେ ଅନନ୍ୟାଙ୍କ ପ୍ରଶଂସକଙ୍କ ସଂଖ୍ୟା କିଛି କମ୍ ନାହାନ୍ତି। ନିକଟରେ ଏକ ସାକ୍ଷାତକାର୍‌ରେ ଚଙ୍କି କହିଛନ୍ତି, ନେପୋଟଜିମ୍‌ ବିବାଦରେ ସେ ମଧ୍ୟ ଛନ୍ଦି ହୋଇଗଲେଣି। ସେ ତାଙ୍କ ଝିଅକୁ କ୍ୟାରିୟର ଗଢ଼ିବା ନେଇ ପୂର୍ଣ୍ଣ ସ୍ବାଧୀନତା ଦେଇଥିଲେ। ଅନନ୍ୟାଙ୍କୁ କେହି ମଧ୍ୟ ଚାପ ପକାଇନଥିଲେ ସିନେଜଗତରେ କ୍ୟାରିୟର ଗଢ଼ିବା ନିମନ୍ତେ। ସେ ନିଜ ଇଚ୍ଛାରେ ଏହି କ୍ୟାରିୟରକୁ ବାଛିଛନ୍ତି। ଏଣୁ ଏଥିପାଇଁ ଏତେ ବିବାଦ କାହିଁକି ବୋଲି ଚଙ୍କିଙ୍କ ଯୁକ୍ତି। ​‌ସେ ଏହା ମଧ୍ୟ କହିଛନ୍ତି ବିଦ୍ୟାଳୟରେ ପାଠ ପଢ଼ିବାବେଳେ ସେ ଡାକ୍ତର ହେବାର ଲକ୍ଷ୍ୟ ରଖିଥିଲେ। ଚଙ୍କିଙ୍କ ବାପା ଜଣେ ନାମୀ ହୃଦ୍‌ରୋଗ ବିଶେଷଜ୍ଞ ଓ ମା’ ମଧ୍ୟ ଡାକ୍ତର। ଶତଚେଷ୍ଟା ସତ୍ତ୍ବେ ଚଙ୍କି ଡାକ୍ତର ହୋଇପାରିନଥିଲେ। ପରବର୍ତ୍ତୀ ସମୟରେ ସେ ଅଭିନେତା ହେବାକୁ ଚାହିଁଥିଲେ। ତାଙ୍କ ବାପା-ମା’ଙ୍କ ତରଫରୁ ମଧ୍ୟ ସେ ସମୟରେ ଏଇଭଳି ପ୍ରୋତ୍ସାହନ ମିଳିଥିଲା। ଏଣୁ ସେ ମଧ୍ୟ ସେହିପରି ଭାବେ ଅନନ୍ୟାଙ୍କୁ କୌଣସି କଟକଣା ନ କରି ବରଂ ଉତ୍ସାହିତ କରିଥିଲେ। ଚଙ୍କିଙ୍କ ଏଭଳି ମନ୍ତବ୍ୟକୁ ବିିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Comments are closed.