ପିଜ୍ଜା ପ୍ରିୟ ଅନନ୍ୟା

ସୁନ୍ଦରୀ, ତନୁପାତେଳୀ ଅନନ୍ୟା ପାଣ୍ଡେ ନିଜ ସ୍ବାସ୍ଥ୍ୟକୁ ନେଇ ଭାରି ସତର୍କ, ସୁଆଦିଆ ଭୋଜନ କରିବାକୁ ଇଚ୍ଛା ହେଲେ ଓଜନ ବଢ଼ିବାର ଭୟରେ ସେସବୁରୁ ଦୂରେଇ ରହନ୍ତି। ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି ୩ ବର୍ଷ ତଳେ ସେ ମୁମ୍ବଇର ଲୋକପ୍ରିୟ ରେସ୍ତୋରାଁରୁ ‘ଚିଜ୍ ପିଜ୍ଜା’ ଖାଇଥିଲେ। ଏବେ ଇଚ୍ଛା ହେଲେ ମଧ୍ୟ ସେସବୁ ଆଡ଼କୁ ଚାହୁଁନାହାନ୍ତି। ଖାଦ୍ୟର ମାୟାଜାଲରେ ଫସିଲେ ସେଥିରୁ ମୁକୁଳିବା ଭାରି କଷ୍ଟ ବୋଲି କହିଛନ୍ତି ଅନନ୍ୟା, ସାଙ୍ଗସାଥିଙ୍କ ସହ ପାର୍ଟି କଲେ ସବୁପ୍ରକାର ନିୟମ ମାନନ୍ତି ସେ। ଯୋଗ, ପ୍ରାଣାୟମ ସହ ଧ୍ୟାନ କରି ନିଜକୁ ଫିଟ୍ ରଖୁଥିବାର କହିଛନ୍ତି ଅନନ୍ୟା, ଏଇ କିଛି ମାସ ତଳେ ଆଗାମୀ ଚଳଚ୍ଚିତ୍ର ସୁଟିଂ ପାଇଁ ସେ ଗୋଆ ଯାଇଥିଲେ। ପୂରା ଟିମ୍ ଗୋଆରେ ଖାଇ, ପିଇ ମସ୍ତି କଲେ, କିନ୍ତୁ ଅନନ୍ୟା ହୋଟେଲ କକ୍ଷରେ ବନ୍ଦ ରହି ଫଳମୂଳ ଓ ଡାଏଟ୍ ଖାଦ୍ୟ ଖାଇଲେ। କ୍ୟାରିୟରର ଆରମ୍ଭ ସମୟରୁ ହିଁ ସେ ସତର୍କ ରହିଛନ୍ତି, ନିଜ ଲକ୍ଷ୍ୟରେ ପହଞ୍ଚିବାକୁ ଆଶାବାଦୀ ଅଛନ୍ତି ଅନନ୍ୟା।

Comments are closed.