ଗଡ଼ିଲା ଆଇଏସ୍‌ ଆତଙ୍କବାଦୀର ମୁଣ୍ଡ

ଶ୍ରୀନଗର: ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଅନନ୍ତନାଗରେ ଆତଙ୍କବାଦ ବିରୋଧୀ ଅପରେସନ ଅଲ୍ଆଉଟରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀର ମୁଣ୍ଡ ଗଡ଼ିଛି । ଗତ କିଛିଦିନ ହେବ ଅନନ୍ତନାଗରେ ସର୍ଚ୍ଚ ଅପରେସନ ଜରି ରଖିଥିଲେ ସୁରକ୍ଷାକର୍ମୀ । ଶ୍ରୀଗୁଫଓ୍ବାଡ଼ାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା ।

ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ଆତଙ୍କବାଦୀ ମାନଙ୍କୁ ସମର୍ପଣ କରିବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ ଆତଙ୍କବାଦୀଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା । ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀର ମୁଣ୍ଡ ଗଡ଼ିଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ ।

Comments are closed.