ବିପଦରେ ଅନନ୍ତ ବାସୁଦେବ ମନ୍ଦିର

0

ଭୁବନେଶ୍ବର: ଏକାମ୍ରର ଅନନ୍ତ ବାସୁଦେବ ମନ୍ଦିର ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି ା ବର୍ଷ ବର୍ଷ ଧରି ଏହି ଗୌରବମୟ ଐତିହ୍ୟ ଅବହେଳିତ ହୋଇ ପଡିରହିଛି। ମୁଖ୍ୟ ଦେଉଳରେ ଲାଗିଥିବା ଲୁହା ଖମ୍ବ ଦୁର୍ବଳ ହୋଇ ଭୁଶୁଡି ପଡିବାର ଆଶଙ୍କା ସୃଷ୍ଟି କରିଛି। ମରାମତି ଲାଗି ଏଏସଆଇ ବିଭାଗ ହାତ ମାରିବାକୁ ସାହସ ଜୁଟାଇ ପାରୁନଥିବା ଆଲୋଚନା ହେଉଛି। ଜାତୀୟ ସ୍ମାରକୀ ପ୍ରାଧିକରଣ (ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଅନନ୍ତ ବାସୁଦେବ ମନ୍ଦିର ଉପରେ ଉପନିୟମ ଲାଗୁ କରିବାକୁ ବସିଛନ୍ତି। ଏକାମ୍ରବାସୀ ତଥା ରାଜ୍ୟ ସରକାରଙ୍କ ତରଫରୁ ଉପନିୟମ ପ୍ରତ୍ୟାହାର ପାଇଁ ଦାବି କରାଯାଉଛି। ଏହି ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ପ୍ରତି ଏନଏମଏ କର୍ତ୍ତୃପକ୍ଷ ନଜର ପଡୁନଥିବା ସାଧାରଣରେ ଆଲୋଚନା ହୋଇଛି। ସେହିପରି ମନ୍ଦିର ବେଢାରେ ଥିବା ମା’ ଲକ୍ଷ୍ମୀ ମନ୍ଦିର ଭୁଶୁଡି ଯାଇଥିବା ବେଳେ ତାହାକୁ ମରାମତି କରାଯାଉନି। ଅନ୍ୟ ପକ୍ଷରେ ମନ୍ଦିରରେ ଲୁହାଖମ୍ବ ଲାଗିବା ଯୋଗୁଁ ପାଣି ଲାଗି ପଥର ଖଣ୍ଡ ନଷ୍ଟହେବାକୁ ବସିଲାଣି। ବର୍ଷା ହେଲେ ପାଣି ଗଳୁଛି। ମନ୍ଦିରକୁ ଏବେ ବଜ୍ରପାତ ଭୟ ଘାରିଛି।

ଏକାମ୍ରକ୍ଷେତ୍ରର ପବିତ୍ର ବିନ୍ଦୁସାଗର କୂଳ ପୂର୍ବପାର୍ଶ୍ବରେ ରହିଛି ଅନନ୍ତ ବାସୁଦେବ ମନ୍ଦିର। ରାଜଧାନୀର ଏହି ମନ୍ଦିର ଅବଢା ଭୋଗ ଲାଗି ପ୍ରସିଦ୍ଧ। ମନ୍ଦିରର କଳାଭାସ୍କର୍ଯ୍ୟ ଅନ୍ୟ ମନ୍ଦିର ତୁଳନାରେ ସମ୍ପୂର୍ଣ୍ଣ ଅଲଗା। ଏହାର ନିର୍ମାଣ ଶୈଳୀ ଏସିଆ ମହାଦେଶରେ ସ୍ବତନ୍ତ୍ର। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୬୭ଟି ପାର୍ଶ୍ବ ଦେବଦେବୀ ମନ୍ଦିର ମଧ୍ୟରୁ ଅନନ୍ତବାସୁଦେବ ଅନ୍ୟତମ। ଶ୍ରୀଜୀଉଙ୍କ ଯାନିଯାତ୍ରା ସହିତ ଅନନ୍ତବାସୁଦେବ ମନ୍ଦିର ଜଡିତ । ପ୍ରତିବର୍ଷ ଅନନ୍ତ ବ୍ରତ ସମୟରେ ହଜାର ହଜାର ସଂଖ୍ୟକ ବ୍ରତଧାରୀଙ୍କ ସମାଗମ ହୋଇଥାଏ। ମନ୍ଦିର ବେଢାରେ ପଥର ଖଣ୍ଡ ଖସି ଅନେକ ଜାଗାରେ ଫାଙ୍କ ସୃଷ୍ଟି ହେଲାଣି। ଏ ସମ୍ପର୍କରେ ଏଏସଆଇ ଅଧୀକ୍ଷକ ଅରୁଣ ମଲିକ କହିଛନ୍ତି ରାଜ୍ୟ ସରକାରଙ୍କ ସହଯୋଗ ମିଳୁନଥିବାରୁ ଅନନ୍ତ ବାସୁଦେବ ମନ୍ଦିର ମରାମତି ହୋଇପାରୁନି। ସହଯୋଗ ମିଳିଲେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Enough with the Pharmacist bashing. viagra price This is a recycled article.

Leave A Reply