ଅନନ୍ତ ନାୟକ ଜାତୀୟ ଅନୂସୁଚିତ ଜନଜାତି ଆୟୋଗ ସଦସ୍ୟ ମନୋନୀତ

ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ପଞ୍ଚାୟତ ବାସିନ୍ଦା ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ସଦସ୍ୟ ମନୋନୀତ ହୋଇଛନ୍ତି। ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ସେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ମନୋନୀତ ହୋଇଛନ୍ତି। ଆରଏସଏସରୁ ସାଂଗଠନିକ କାର୍ଯ୍ୟ ଆରମ୍ଭ କରିଥିବା ଅନନ୍ତ ନାୟକ ୧୯୯୯ରୁ ୨୦୦୯ ଯାଏ ଦୁଇ ଥର କେନ୍ଦୁଝର ସାଂସଦ ଭାବେ ବିଜେପି ଟିକେଟରୁ ନିର୍ବାଚିତ ହୋଇଥିଲେ।

ଅନନ୍ତ ନାୟକଙ୍କୁ ଏହି ପଦ ପାଇଁ ମନୋନୀତ କରା ଯାଇଥିବାରୁ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ ପ୍ରମୁଖ ବହୁ ଦଳୀୟ ନେତା ତାଙ୍କୁ ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ନାୟକ ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ଓ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇ ଆସିଛନ୍ତି।

Comments are closed.