ଖଲଣାରେ ରାଜନୈତିକ ବିବାଦରୁ ଗୁଳିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣାରେ ରାଜନୈତିକ ବିବାଦରୁ ଗୁଳିକାଣ୍ଡରେ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ସାଇଁ କୁଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଗୁଳିକାଣ୍ଡରେ ମୃତକ ହେଲେ ଖଲଣାର ପଞ୍ଚାନନ ସେଠୀଙ୍କ ପୁଅ ସୁନିଲ ସେଠୀ (୨୮) ଓ ଗୁରୁତର ହେଲେ ଗୟା ବେହେରାଙ୍କ ପୁଅ ଚନ୍ଦନ ବେହେରା (୨୫)। ଗୁଳିକାଣ୍ଡ ଘଟାଇ ଥିବା ବ୍ୟକ୍ତି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ବୋଲି ଜଣାପଡିଛି। ପୂର୍ବରୁ ରହିଥିବା ବିବାଦରୁ ଏଭଳି କାଣ୍ଡ ଘଟିଛି। ଆଜି ସନ୍ଧ୍ୟା ୬ଟାରେ ଖଲଣା ୟୁଜି ସ୍କୁଲ ସମ୍ମୁଖରେ ଏହି କାଣ୍ଡ ଘଟିଛି। ଘଟଣା ପରେ ଖଲଣା ଗ୍ରାମରେ ପୁଲିସ ଛାଉଣୀ ହୋଇଥିବା ବେଳେ ସାଇଁ କୁଲ ମେଡିକାଲରେ ମଧ୍ୟ ପୁଲିସ ପହଂଚିଛି। ବର୍ତ୍ତମାନ ଖଲଣା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Comments are closed.