ଆନନ୍ଦପୁରରେ ଦିବ୍ୟାଙ୍ଗଙ୍କୁ ସାଇକେଲ ବାଣ୍ଟିଲେ ଜିଲାପାଳ

ଆନନ୍ଦପୁର : ଆନନ୍ଦପୁରରେ ଜିଲାପାଳ ଆଶିଷ ଠାକରେଙ୍କ ଦ୍ବାରା ଆଜି ସରକାରୀ ଯୋଜନାରେ ଏକାଧିକ ଦିବ୍ୟଙ୍ଗଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କ ୧୨୦ ଗୋଟି ଅଭିଯୋଗ ଶୁଣାଣି କରାଯାଇ ମାମଲାର ସମାଧାନ ପାଇଁ ଉପସ୍ଥିତ ଜିଲା ତଥା ଉପଖଣ୍ଡ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହ ଜିଲା ଆରାକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜିଲା ପ୍ରକଳ୍ପ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଆନନ୍ଦପୁର ଉପଜିଲାପାଳ ଗୋପୀନାଥ କୁଅଁର, ଘଷିପୁରା ତହସିଲଦାର ବାବୁଲ ପରେଇ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଘରିପୁର ବ୍ଲକ ବିଡିଓ ଅସିତ୍ ମହାନ୍ତି ସଂଯୋଜନା କରିଥିଲେ।

Comments are closed.