ଅଟୋକୁ ପିଟିଲା ହାଇୱା ଟ୍ରକ, ୩ ମୃତ

ଆନନ୍ଦପୁର: ସଡ଼କ ଦୁର୍ଘଟଣାରେ ୩ମୃତ, ୨ ଗୁରୁତର। କୋଡ଼ପଡ଼ା ନିଟକରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ। ଅଟୋରେ ସାତକୋଶିଆରୁ ହାଟଡିହି ଫେରୁଥିଲାବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

 

ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା କୋଡ଼ପଡ଼ା ଛକ ନିକଟରେ ଏକ ଅଟୋକୁ ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସାତକୋଶିଆରୁ ୪ଜଣ ଯାତ୍ରୀଙ୍କୁ ନେଇ ଜାବିନିପୁର ଆସୁଥିବା ଏକ ଅଟୋକୁ ଓସ୍ତପୁରାରୁ ଚିପ୍ସ ବୋଝେଇ କରି ସାତକୋଶିଆ ଯାଉଥିବା ହାଇୱ। ଧକ୍କା ଦେଇଥିଲା। ହାଇୱା ଟ୍ରକଟି ଅଟୋକୁ ଧକ୍କା ଦେବା ପରେ ସେଠାରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.