ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର

କେଶଦୂରାପାଳ: ଆନନ୍ଦପୁର ଥାନା ଅନ୍ତର୍ଗତ ଅକରୁଆ ଛକରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଧକ୍କା ହେବା ଫଳରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ବାଇକ୍‌ ଚାଳକଙ୍କ ଘର ଅକରୁଆ ଗାଁରେ ହୋଇଥିବା ବେଳେ ତାଙ୍କ ନାଁ  ଓମ୍ ପ୍ରକାଶ ଖଟୁଆ (୩୪) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଓମ୍ ପ୍ରକାଶ ଅକରୁଆ ଛକରେ ବାଇକ୍‌ ସହ ଛିଡ଼ା ହୋଇଥିଲେ । ଭଦ୍ରକ ଆଡୁ ହଠାତ୍ ଏକ ବାଇକ ଆସି ଓମ୍ ପ୍ରକାଶଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହେଇଥିଲା । ଫଳରେ ଦୁର୍ଘଟଣାରେ ଓମ୍ ପ୍ରକାଶ ଗୁରୁତର ହୋଇପଡ଼ିଥିଲେ । ପ​‌ରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Comments are closed.