www.samajalive.in
Monday, December 8, 2025
14.1 C
Bhubaneswar

ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ ଗିରଫ

ଜୟପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶେଷରେ ଭିଜିଲାନ୍ସ ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଛି । ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ ଗତ ଶୁକ୍ରବାର ଭିଜିଲାନ୍ସ ପଞ୍ଝାରେ ପଡିଥିଲେ । ତାଙ୍କ ଭବାନୀପାଟଣା ନକଟିଗୁଡା ବାସଭବନ, ମଦନପୁର ରାମପୁରସ୍ଥିତ ହୋଟେଲ ସମେତ ୪ଟି ସ୍ଥାନରେ ଏକକାଳିନ ଚଢଉ କରାଯାଇଥିଲା। ପୂର୍ବତନ ବିଧାୟକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଶୁକ୍ରବାର ଏହି ଚଢଉ କରାଯାଇଥିଲା ।
କନିଷ୍ଠ କିରାଣିରୁ ଭବାନୀପାଟଣା ବିଧାୟକ ଭାବେ ସେ କେତେବେଳେ ନିଜ ପୁଅ ପାଇଁ ତ’ କେତେବେଳେ ବେଆଇନ କାର୍ୟ୍ୟ ପାଇଁ ବିବାଦୀୟ ହୋଇପଡିଥିଲେ। ମିଳିଥିବା ସୂଚନା ଅନୁସାରେ ନାଏକଙ୍କ ୩କୋଟି ୪୨ଲକ୍ଷ ୯୯ହଜାର ୪୦୨ ଟଙ୍କାର ଆୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଏହା ମଧ୍ୟରେ ଭବାନୀପାଟଣା ନକ୍‌ଟିଗୁଡାରେ ୧୮, ୪୭, ୪୦୮ଟଙ୍କା ମୂଲ୍ୟର ତିନି ମହଲା କୋଠା, ମ. ରାମପୁରରେ ଲଜ୍‌ ଓ ମାର୍କେଟ କମ୍ପ୍ଲେକ୍ସ ରହିଛି ଯାହାର ମୂଲ୍ୟ ୫୭,୫୯,୦୦୦ ଟଙ୍କା ବୋଲି ଜଣାପଡିଛି।
ସେହିପରି ଭବାନୀପାଟଣା ପୁରୁଣା ପଡ଼ା‌ର ୫୧,୮୬, ୦୦୦ ଟଙ୍କା ମୂଲ୍ୟର କୋଠା, ନିର୍ମାଣାଧୀନ ଲଜର ମୂଲ୍ୟ ୧୯,୬୪,୨୨୩, ନକଟିଗୁଡ଼ାରେ ୨ଟି କୋଠା ଘରର ମୂଲ୍ୟ ୪,୮୭,୨୬୯ ଟଙ୍କା ଆକଳନ କରାଯାଇଥିଲା ବେଳେ ମାର୍କେଟ କମ୍ପ୍ଲେକ୍ସର ୧, ୫୯,୩୭୩ ଟଙ୍କା ଆକଳନ କରାଯାଇଛି। ସେହିପରି ନକଟିଗୁଡା ଘର ଗ୍ୟାରେଜର ମୂଲ୍ୟ ୫୯,୦୨୦ ଟଙ୍କା ଓ ମ.ରାମପୁରରେ ଥିବା ବିଦେଶୀ ମଦ ଦୋକାନର ମୂଲ୍ୟ ୩,୨୦,୨୫୦ଟଙ୍କା ଆକଳନ କରାଯାଇଛି। ଏହାସହ ୬ଟି କୃଷି ଏବଂ ଅଣକୃଷି ଜମି, ଗୋଟିଏ ଟ୍ରାକ୍ଟର, ଦୁଇଟି ଚାରିଚକିଆ ଗାଡି, ତିନିଟି ବାଇକ, ବିଭିନ୍ନ ବ୍ୟାଙ୍କରେ ୪୯, ୩୩, ୭୦୨ ଟଙ୍କାର ଜମା, ଜୀବନ ବୀମାରେ ୨ଲକ୍ଷ ଟଙ୍କାର ଜମା, ସୁନାଗହଣା, ନଗଦ ୧୩,୬୮୦ଟଙ୍କା, ଦାମୀ ଘରୋଇ ଆସବାବପତ୍ର ଥିବା ଜଣାପଡିଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories