ଦାବି ପୂରଣ ନହେଲେ ଜନଆନ୍ଦୋଳନ ହେବ: ଅନ୍ନା ହଜାରେ

ଅହମ୍ମଦନଗର: କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ସମର୍ଥନରେ ବାହାରିଛନ୍ତି ସମାଜସେବୀ ଅନ୍ନା ହଜାରେ। ଗୁରୁବାର ଅନ୍ନା କହିଛନ୍ତି ‘ସରକାର କୃଷକଙ୍କ ଦାବି ପୂରଣ ନକଲେ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ। ଲୋକପାଳ ଆନ୍ଦୋଳନ ଯେପରି କଂଗ୍ରେସ ନେତୃତ୍ବ ୟୁପିଏ ସରକାରକୁ ବିଚଳିତ କରିଦେଇଥିଲା ଠିକ୍ ସେହିପରି କୃଷକଙ୍କ ଦାବିକୁ ନେଇ ଜନଆନ୍ଦୋଳନ କରାଯିବ। ଭାରତ ବନ୍ଦ ଦିନ ମୁଁ ମୋର ଗାଁ ମହାରାଷ୍ଟ୍ରର ରାଲେଗାଓଁ ସିଦ୍ଧିରେ ଏକ ଆନ୍ଦୋଳନର ଆୟୋଜନ କରିଥିଲି। କୃଷକଙ୍କୁ ସମର୍ଥନ ଜଣାଇ ସାରା ଦିନ ମୁଁ ଉପବାସ ରହିଥିଲି। ଆଗାମୀ ଦିନରେ କୃଷକଙ୍କ ଦାବି ନେଇ ମୁଁ ଜନ ଆନ୍ଦୋଳନରେ ବସିବି ବୋଲି ଅନ୍ନା ସକର୍ତ କରାଇଛନ୍ତି। ଦେଶରେ କୃଷକଙ୍କ ଗୁରୁତ୍ବ ଦୃଷ୍ଟିରୁ କୃଷି ବିରୋଧୀ କୌଣସି ଆଇନକୁ ଗ୍ରହଣ କରାଯାଇପାରିବ ନାହିଁ।

Comments are closed.