ଭୁଶୁଡ଼ିଲା କୋଠା: ମୃତ୍ୟୁ ମୁଖରୁ ଫେରିଲେ ୬ ଶ୍ରମିକ, ଜଣେ ଏବେ ବି ଫଶି ରହିଛନ୍ତି

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ସୋମବାର ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ୭ ଜଣ ଶ୍ରମିକ କୋଠାର ଭଗ୍ନାବଶେଷ ତଳେ ଦବି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଣଙ୍କୁ ଉଦ୍ଧାର କରାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ଜଣେ ଫଶିରହିଥିବା ସୂଚନା ମିଳିଛି। ଏନଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତିନି ମହଲା ବିଶିଷ୍ଟ ଏହି କୋଠାର ମରାମତି କାମ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଏହି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଶ୍ରମିକ ବିହାରର ଅରିଆର ବାସିନ୍ଦା ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ ୬ଟି ଗାଡ଼ିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏନଡିଆରଏଫ ଦଳ କଟର୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜେସିବି ଜରିଆରେ କୋଠାର ଭଗ୍ନାବଶେଷ କଢ଼ାଯାଉଥିବା ଜଣାପଡ଼ିଛି।

Comments are closed.