ସାପୁଆ ନଦୀରେ ବୁଡି ବୃଦ୍ଧ ମୃତ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ସଠିଲୋ ଗ୍ରାମର ଜଣେ ବୃଦ୍ଧ ସାପୁଆ ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ସଠିଲୋ ଗ୍ରାମର ଶରତ କୁମାର ମାଝି ବୁଧବାର ଭୋର ସମୟରେ ଶୌଚ ଓ ଗାଧୋଇବା ପାଇଁ ସାପୁଆ ନଦୀକୁ ଆସି ସେଠାରେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ଖୋଜାଖୋଜି ପରେ କିଛି ଦୂରରେ ଏକ ବୁଦା ନିକଟରୁ ଶରତଙ୍କୁ ଉଦ୍ଧାର କରି ତୁରନ୍ତ ଆଠଗଡ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ପରୀକ୍ଷାନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ପୁଲିସ ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।

Comments are closed.