ମୁମ୍ବଇରେ ଭୂକମ୍ପ ଝଟକା

ମହାରାଷ୍ଟ୍ର : ମହାରାଷ୍ଟ୍ରର ମୁମ୍ବଇରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶନିବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମୁମ୍ବଇଠାରୁ ୯୮ କିଲୋମିଟର ଉତ୍ତରରେ ଥିଲା।

ଏହାପୂର୍ବରୁ ଶୁକ୍ରବାର ରାତି ପ୍ରାୟ ୯ଟା ୪୦ ସମୟରେ ନାଶିକଠାରୁ ୯୮ କିଲୋମିଟର ପଶ୍ଚିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରେକର୍ଡ କରାଯାଇଥିଲା।

Comments are closed.