ଦିଲ୍ଲୀରେ ପୁଣି ଥରେ ଭୂ-କମ୍ପ ଝଟକା

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀର ପିତମ୍‌ପୁରା ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଆଜି ଦିନ ୧୧ଟା ୧୮ମିନିଟ୍‌ରେ ଏହି ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ମେ’୧୦ରେ ଦିଲ୍ଲୀ-ଏନ୍‌ସିଆର୍‌ର କିଛି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ଥିଲା ।

ସୂଚନାଯୋଗ୍ୟ  ଆଜି ହୋଇଥିବା ଭୂକମ୍ପକୁ ମିଶାଇ ମାସକ ମଧ୍ୟରେ ଦିଲ୍ଲୀରେ ୪ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇସାରିଲାଣି। ଚଳିତ ମାସ ମେ’୧୦ ତାରିଖରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ବେଳେ ଗତ ମାସ ଏପ୍ରିଲ ୧୨ ଓ ୧୩ରେ ଭୂକମ୍ପର ଝଟ୍‌କା ଦିଲ୍ଲୀରେ ଅନୁଭୂତ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭୂ-କମ୍ପ ଯୋଗୁ ଦିଲ୍ଲୀରେ କୌଣସି ଧନଜୀନବ ହାନି ହୋଇନାହିଁ ।

Comments are closed.