ଜମ୍ମୁ-କାଶ୍ମୀର ପାଲଗାମରେ ଭୂକମ୍ପର ଝଟକା ଅନୁଭୂତ

ଜମ୍ମୁ-କାଶ୍ମୀର  : ଜମ୍ମୁ-କାଶ୍ମୀର ପାଲଗାମରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଭୂକମ୍ପର ଝଟକା ଜାମ୍ମୁ କାଶ୍ମୀର ପାଲଗାମରେ ଶନିବାର ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସକାଳ ପ୍ରାୟ ୪.୨୯ ମିନିଟରେ ଏହି ଭୂକମ୍ପର ଝଟକା ଅନୁଭୁତ ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି ।

Comments are closed.