ଝାଡଖଣ୍ଡ ଏବଂ କର୍ଣ୍ଣାଟକରେ ଭୂକମ୍ପ ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଝାଡଖଣ୍ଡ ଏବଂ କର୍ଣ୍ଣାଟକରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ସକାଳ ୫ଟା ୫୫ମିନିଟ୍ ରେ ଲୋକମାନେ ଭୂକମ୍ପ ଝଟ୍‌କା ଅନୁଭବ କରିଥିଲେ । ଝାଡଖଣ୍ଡର ଜାମସେଦପୁରରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିବାବେଳେ କର୍ଣ୍ଣାଟକର ହାମ୍ପିରେ ୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଉଭୟ ସ୍ଥାନରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।


ସୂଚନାଯୋଗ୍ୟ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ ୩ ତାରିଖରେ ନୋଏଡାରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା । ଗୋଟିଏ ସପ୍ତାହରେ ନୋଏଡାରେ ୨ ଥର ଭୂକମ୍ପ ଅନୁଭୂତ ହୋଇଛି । ଏହା ପୂର୍ବରୁ ଗତ ମେ’ ମାସ ୨୯ ତାରିଖରେ ନୋଏଡାରେ ଭୂକମ୍ପ ଅନୁଭୂତ ହୋଇଥିଲା । ବିଗତ କିଛି ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି ।

Comments are closed.