ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ

ପିପିଲି : ଦାଦାବଟି ମାଗିବା ଅଭିଯୋଗରେ ପିପିଲି ପୁଲିସ ଆଜି ମଠସାହି ଗ୍ରାମର ଗୁଲସନ ମହାନ୍ତି ଓରଫ ଶିବୁ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଭାରତୀ ଏୟାରଟେଲ୍‍ କଂପାନୀର କାର୍ଯ୍ୟ ମଠସାହି ଅଞ୍ଚଳରେ ଚାଲିଥିବା ବେଳେ ଗୁଲସନ ସେଠାରେ ପହଞ୍ଚି ଉକ୍ତ କାର୍ଯ୍ୟକୁ ବନ୍ଦ କରିବା ସହ କଂପାନୀ ଇଞ୍ଜିନିୟର ରିଶିକାନ୍ତ ସାହିଲଙ୍କୁ ୫ହଜାର ଟଙ୍କା ଦାଦାବଟି ମାଗିଥିବା ସଂପର୍କରେ ପୁଲିସରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ ।

Comments
Loading...