ବିମାନ ଦୁର୍ଘଟଣା ରୋକିବା ଉପରେ ବାୟୁସେନା ମୁଖ୍ୟଙ୍କ ଗୁରୁତ୍ୱ

ହାଇଦରାବାଦ: ବାୟୁସେନା ମୁଖ୍ୟ ବି.ଏସ.ଧନୋଆ ଆଗକୁ ଯେଭଳି ବାୟୁସେନା ବିମାନ ଦୁର୍ଘଟଣା ନ ହେବ, ତାହା ଉପରେ ଗୁରୁତ୍ୱ ଦେଇଛନ୍ତି। କିଛିଦିନ ପୂର୍ବରୁ ଅରୁଣାଚଳ ପ୍ରଦେଶରେ ଏଏନ-୩୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ, ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ଓ ଏଭଳି ଦୁର୍ଘଟଣା ଯେଭଳି ନ ହେବ ତାହା ସୁନିଶ୍ଚିତ କରିବା ପାଇଁ କହିଛନ୍ତି।

ଅରୁଣାଚଳ ପ୍ରଦେଶ ଠାରୁ ବହୁତ ଦୂର ଜଙ୍ଗଲ ମଧ୍ୟରୁ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ମିଳିବ ପରେ ବାୟୁସେନା ମୁଖ୍ୟ ଏହା କହିଛନ୍ତି। ସେହି ବିମାନରେ ୧୩ଜଣ ଲୋକ ଥିଲେ ଓ ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ଘଟିଛି।

ସେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ-୩୨ର ଫ୍ଲାଇଟ ଡାଟା ରେକର୍ଡର ଓ କକପିଟ ଭଏସ ରେକର୍ଡର ମିଳିଛି ଏବଂ ସେଥିରୁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ। ଅରୁଣାଚଳ ପ୍ରଦେଶରେ ବହୁ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠାରେ ଅଧିକାଂଶ ସମୟ ବଦଳ ଛାଇ ରହି ଥାଏ ତେଣୁ ଦୁର୍ଘଟଣାର ଅଧିକ ଆଶଙ୍କା ରହିଥାଏ।

Comments are closed.