ଏଏନ-୩୨ ଦୁର୍ଘଟଣା: ୬ ମୃତଦେହ, ୭ ଜଣଙ୍କ ଦେହାବଶେଷ ଠାବ

ଇଟାନଗର: ଗତ ଜୁନ ୩ ତାରିଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନାର ପରିବହନ ବିମାନ ଏଏନ-୩୨ରେ ଥିବା ୧୩ ସଦସ୍ୟଙ୍କ ମୃତଦେହ ଠାବ ହୋଇଛି। ଦୁର୍ଘଟଣା ଘଟିଥିବା ଅଞ୍ଚଳରୁ ୬ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୭ଜଣଙ୍କ ଦେହାବଶେଷ ଉଦ୍ଧାର ହୋଇଛି। ଭାରତୀୟ ବାୟୁସେନାର ଜଣେ ମୁଖପାତ୍ର ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି।

ଗତ ଜୁନ ୩ରେ ଏଏନ-୩୨ ବିମାନ ଆସାମର ଜୋରହତରୁ ଉଡ଼ାଣ ଆରମ୍ଭ କରିଥିଲା। ଅରୁଣାଚଳ ପ୍ରଦେଶର ଶି ୟୋମି ଜିଲା ଅନ୍ତର୍ଗତ ମେଚୁକାରେ ଅବତରଣ କରିବା ପୂର୍ବରୁ ବିମାନ ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ଏହା ପରେ ବିମାନଟି ନିଖୋଜ ହୋଇଥିଲା। ବିମାନର କୌଣସି ପତ୍ତା ମିଳି ନ ଥିଲା। ୮ଦିନ ପରେ ଅରୁଣାଚଳ ପ୍ରଦେଶର ଏକ ପାହାଡ଼ିଆ ଅଞ୍ଚଳରେ ବିମାନର ଭଗ୍ନାଂଶ ଠାବ ହୋଇଥିଲା। ଏହାର କିଛିଦିନ ପରେ ଦୁର୍ଘଟଣାସ୍ଥଳ ଠାବ ହୋଇଥିଲା କିନ୍ତୁ ବିମାନରେ ଥିବା ସଦସ୍ୟମାନଙ୍କୁ ସମ୍ପର୍କରେ କୌଣସି ପତ୍ତା ମିଳି ନ ଥିଲା।

Comments are closed.