ଅମୃତସରୀ ଭଟୁରେ

ପଞ୍ଜାବର ଗଳିକନ୍ଦିରେ ଥିବା ଠେଲାଗାଡ଼ିରୁ ଆରମ୍ଭ କରି ପଞ୍ଚତାରକା ରେସ୍ତୋରାଁ, ସବୁଠି ଛୋଲେ-ଭଟୁରେ ନିଶ୍ଚୟ ମିଳେ। ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ସମସ୍ତେ ଏହି ପଞ୍ଜାବୀ ଖାଦ୍ୟ ଖାଇବାକୁ ଭିଡ଼ ଲଗାଇଥାନ୍ତି। ଭଟୁରେ ତିଆରି କରିବାର ସ୍ବତନ୍ତ୍ର କାଇଦା ଥିବା ରୋଷେୟା ସଞ୍ଜୀବ କପୁର କହିଛନ୍ତି। ମଇଦା ୨କପ୍ରେ ଗୋଟିଏ ଅଣ୍ଡାକୁ ଭଲଭାବେ ଫେଣ୍ଟାହୁଏ। ତା’ ପରେ ସେଥିରେ ଦହି, ସୁଜି, ବେକିଂ ସୋଡା, ଲୁଣ, ଚିନି ଆବଶ୍ୟକ ପରିମାଣରେ ମିଶାଇ ନଖ ଉଷୁମ ପାଣିରେ ଚକଟାଯାଏ। ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ଚକଟାକୁ ଘୋଡ଼ାଇ ରଖିବେ। ତା’ ପରେ ହାତରେ ଉଷୁମ ତେଲ ନେଇ ଗୁଳା କରି ବଡ଼ ଆକାରରେ ଭଟୁରେକୁ ରୁଟି ପରି ବେଲାଯାଇ ଗରମ ତେଲରେ ଛଣାଯାଏ।
Comments are closed.