ଅମୃତାଙ୍କ ନିରବ ନିଷ୍ପତ୍ତି

ଚଳଚ୍ଚିତ୍ର ‘ବିବାହ’ର ହସକୁରୀ ସୁନ୍ଦରୀ ଅମୃତା ରାଓ ଏବେ ଚର୍ଚ୍ଚାରେ ଅଛନ୍ତି। ୨୦୧୬ରେ ରେଡିଓ ଜକି ଅନମୋଲ୍‌ଙ୍କୁ ବିବାହ ପରେ କ୍ୟାରିୟରରୁ କିଛି ସମୟ ପାଇଁ ସେ ବିରତି ନେଇଥିଲେ। ସିନେଜଗତ​‌େ​‌ର କ୍ୟାରିୟର ଆରମ୍ଭ ଦିନରୁ ନିଜ ବ୍ୟକ୍ତିଗତ ଜୀବନକୁ ସେ ଗଣମାଧ୍ୟମ ନିକଟରୁ ଦୂରେଇ ରଖିବାକୁ ପସନ୍ଦ କରୁଥିଲେ। ବର୍ଣ୍ଣାଢ୍ୟ ବିବାହ କରିଥିଲେ ସତ କିନ୍ତୁ ହାତଗଣତି କେତେଜଣ ଘନିଷ୍ଠ ଲୋକ ଓ ପରିବାର ସଦସ୍ୟ ହିଁ ଉପସ୍ଥିତ ଥିଲେ। ବର୍ତ୍ତମାନ ଗର୍ଭବତୀ ଥିବା ଅମୃତା ଏଇ ଖୁସି ଖବରକୁ ମଧ୍ୟ ଅନ୍ୟମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରଖିଥିଲେ। ନିକଟରେ ଏକ ଚିକିତ୍ସାଳୟକୁ ଯିବା ସମୟରେ ଜଣେ ସାମ୍ବାଦିକଙ୍କ ଦୃଷ୍ଟିକୁ ସେ ଆସିଥିଲେ। ପରେ ଖବରଟି ପ୍ରଚାର ହୋଇଥିଲା। ଏ ସଂକ୍ରାନ୍ତରେ ଅମୃତାଙ୍କ ମତ ହେଉଛି, ସେ ଓ ତାଙ୍କ ପରିବାରଲୋକ ଖୁସି ଅଛନ୍ତି, ତାହା ହିଁ ବଡ଼ କଥା। ଗଣମାଧ୍ୟମରେ ଏଇ ସମୟରେ ଖବରର ଶୀର୍ଷରେ ରହିବାକୁ ତାଙ୍କର ଆଦୌ ଆଗ୍ରହ ନାହିଁ। ମହାମାରୀ ସମୟରେ ସତର୍କ ରହିବାକୁ ସେ ସବୁଠୁ ଅଧିକ ପ୍ରାଧାନ୍ୟ ଦେଉଥିବାର କହିଛନ୍ତି। ସ୍ବାମୀ ଅନମୋଲ୍ ତାଙ୍କର ଭଲରେ ଯତ୍ନ ନେଉଥିବାବେଳେ ଦୈନିକ ତାଙ୍କୁ ଭଗବତ୍ ଗୀତାର ଅଧ୍ୟାୟମାନ ପଢ଼ି ଶୁଣାଉଛନ୍ତି। ଗର୍ଭସ୍ଥ ଶିଶୁ ଉପରେ ଏହା ଭଲ ପ୍ରଭାବ ପକାଇବ ବୋଲି ଅମୃତାଙ୍କ ଜେଜେ ମା’ ପରାମର୍ଶ ଦେଇଛନ୍ତି।

Comments are closed.