ଉଠା ଜଳସେଚନ  କାର୍ଯ୍ୟ ସମୀକ୍ଷା ଲାଗି ବରଗଡ଼ରେ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ

ଭୁବନେଶ୍ୱର : ଉଠା ଜଳସେଚନ କାର୍ଯ୍ୟ ସମୀକ୍ଷା ଲାଗି ବରଗଡ଼ରେ ପହଞ୍ଚିଛନ୍ତି ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ୪ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତ ଅବସରରେ ଶ୍ରୀ ପତ୍ରୀ ବିଜେପୁର ନିର୍ବାଚନମଣ୍ଡଳୀର ବରମୁଣ୍ଡା ଗ୍ରାମ ଠାରେ ଉଠା ଜଳସେଚନ ନୂତନ ପ୍ରକଳ୍ପର ଉଦଘାଟନ କରିବା ସହ ଚାଷୀମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚାଷୀ ଓ ଚାଷର ଉନ୍ନତି ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ସେ ତାଙ୍କର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକରେ ଯୋଗଦାନ ଅବସରରେ ଗୁରୁତ୍ଵ ଦେଇଛନ୍ତି । ବରାମୁଣ୍ଡାଠାରେ ଉଦଘାଟନ ଉତ୍ସବରେ ବିଜେପୁର ବିଧାୟିକା ରୀତା ସାହୁ ଯୋଗଦାନ କରିବା ସହ ବିଜେପୁର ଅଞ୍ଚଳରେ ଉଠା ଜଳସେଚନ ନିଗମର କାର୍ୟ୍ୟକାରିତାରେ ସନ୍ତୋଷ ବ୍ୟକ୍ତ କରିବାସହ ନୂତନ ପ୍ରକଳ୍ପ ସମର୍କରେ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ପତ୍ରୀ ସୋହେଲା ନିର୍ବାଚନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ଓ ରାଜ୍ୟ ଶ୍ରମ, ଗ୍ରାମ୍ୟ ଉନ୍ନୟନ,ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ  ସୁଶାନ୍ତ ସିଂହଙ୍କ ସହ ଭେଟି ଆଲୋଚନା କରିଥିଲେ । ଦ୍ଵିତୀୟାର୍ଦ୍ଧ ରେ ସେ ବରଗଡ଼ ସର୍କିଟ ହାଉସଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ବୈଠକରେ ବରଗଡ଼ ବିଧାୟକ  ଦେବେଶ ଆଚାର୍ୟ୍ୟ , ଅତାବୀରା ବିଧାୟିକାଙ୍କ ପ୍ରତିନିଧି  ହରିଶଙ୍କର ବେହେରା ଓ ପଦ୍ମପୁର ବିଧାୟକଙ୍କ ପ୍ରତିନିଧି  ଭୋଜରାଜ ସିଂ ବାରିହା ଯୋଗ  ଦେଇଥିଲେ। ବୈଠକରେ ଉଠାଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅଞ୍ଜନ ନେଗି , ନିର୍ବାହୀ ଯନ୍ତ୍ରୀ ସୂର୍ୟ୍ୟ ନାରାୟଣ ତ୍ରିପାଠୀ ଏବଂ ଡିଭିଜନର ସମସ୍ତ ଉପଖଣ୍ଡ ଅଧିକାରୀ , ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ। ଗସ୍ତ କାର୍ୟ୍ୟକ୍ରମର ଦ୍ୱିତୀୟ ଦିବସରେ ଶ୍ରୀ ପତ୍ରୀ ଜିଲ୍ଲାର ଅନ୍ୟ ତିନୋଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କାର୍ୟ୍ୟକ୍ରମ ରହିଛି । ଏହାପରେ ପର୍ୟ୍ୟାୟକ୍ରମେ ସେ ତୃତୀୟ ଦିବସରେ ସୋନପୁର ଜିଲ୍ଲା ଓ ଚତୁର୍ଥ ଦିବସରେ ବୌଦ୍ଧ ଜିଲ୍ଲାରେ ସମୀକ୍ଷା ବୈଠକ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି ।

Comments are closed.