ବାତ୍ୟା ପ୍ରସ୍ତୁତି : ୭ ଜିଲ୍ଲାକୁ ଗଲେ ଏନଡିଆରଏଫ ଟିମ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଏନଡିଆରଏଫର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଭାବିତ ସମ୍ଭାବନା ଥିବା ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଯଥା ବାଲେଶ୍ୱର, କେନ୍ଦ୍ରାପଡ଼ା , ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ସମେତ ପୁରୀ, ଯାଜପୁର ଏବଂ ମୟୂରଭଞ୍ଜ ଜିଲାକୁ ମଧ୍ୟ ଏନଡିଆରଏଫ ଗସ୍ତ କରିଥିବା ଜଣାଯାଇଛି । କଟକର ମୁଣ୍ଡଳିସ୍ଥିତ ବାଟାଲିୟନରୁ ୩ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁରକୁ ୩ଟି ଟିମ ଯାଇଥିବା ଜଣାଯାଇଛି । ପୂର୍ବରୁ ବାଲେଶ୍ୱର ଆରଆରସିରେ ଗୋଟିଏ ଟିମ ମୁତୟନ ଅଛି । ଏନଡିଆରଏଫର ପ୍ରତି ଟିମରେ ୨୧ ଜଣ ଲେଖାଏଁ ସଦସ୍ୟ ଅଛନ୍ତି । ପ୍ରଥମ ଥର ଏନଡିଆରଏଫ ଟିମ୍ ପିପିଇ କିଟ ସହ ଜିଲାକୁ ଯାଇଛନ୍ତି ।

 

Comments are closed.