ଅମ୍ପନ ମୁକାବିଲା: ରାଜ୍ୟ ସରକାରଙ୍କୁ ମୋଦୀଙ୍କ ପ୍ରଶଂସା; ସହାୟତା ଦେବାକୁ ଶାହାଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ଅମ୍ପନ ଓଡ଼ିଶାରେ ବିଶେଷ ପ୍ରଭାବଶାଳୀ ହୋଇପାରି ନାହିଁ । ୫ଟି ଜିଲାରେ ଛାଡ଼ି ଯାଇଛି ରାମ୍ପୁଡ଼ା ଚିହ୍ନ । ବାଲେଶ୍ବର ଓ ଭଦ୍ରକ ଜିଲାରେ କିଛିଟା ବଡ଼ଧରଣର ପ୍ରଭାବ ପଡ଼ିଛି । ମାତ୍ର ଏହି ଝଡ଼ର ମୁକାବିଲା ନିମନ୍ତେ ରାଜ୍ୟର ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶା ସାହସର ସହ ’ଅମ୍ପନ’ ମୁକାବିଲା କରୁଥିବାବେଳେ ଓଡ଼ିଶାବାସୀଙ୍କ ସହ ମୋର ଭାବନା ରହିଛି । ପ୍ରଶାସନ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେବାକୁ ତୃଣମୂଳସ୍ତରରେ କାର୍ଯ୍ୟ କରୁଛି ଏବଂ ସ୍ବାଭାବିକ ସ୍ଥିତି ଅତିଶୀଘ୍ର ଫେରି ଆସିବ ବୋଲି ଆଶା ରହିଛି ବୋଲି ଟ୍ବିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଅନ୍ୟପକ୍ଷରେ ଓଡ଼ିଶାର କ୍ଷତି ଓ କ୍ଷତ ଭରଣା ନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି । ନିଜ ଟ୍ବିଟରରେ ଶ୍ରୀ ଶାହା କହିଛନ୍ତି ଯେ ଅମ୍ପନ ମୁକାବିଲା ପ୍ରସ୍ତୁତି ନିମନ୍ତେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥାବାର୍ତା କରିଥିଲେ ଓ କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ଆଜି ଆଲୋଚନା କରିଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ଶାହା କହିଛନ୍ତି ।

Comments are closed.