’ଅମ୍ପନ’ ପ୍ରଭାବିତ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା

ଭୁବନେଶ୍ବର: ଅମ୍ପନ ପ୍ରଭାବରେ ପଶ୍ଚିମବଙ୍ଗରେ ବିପୁଳ ଧନଜୀବନ ହାନି ଘଟିଛି । ୭୨ ଜଣ ମୃତ୍ୟୁ ବରଣ କରିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । କଲକତା ସହର ସହ ମେଦିନପୁର ଆଦି ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଛି । ଏହି ସ୍ଥିତିରେ ପଡ଼ୋଶୀ ଭାବରେ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗରେ ଧନଜୀବନ ହାନି ନେଇ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖପ୍ରକାଶ କରିଛନ୍ତି । ବାତ୍ୟା କ୍ଷତି ଓ କ୍ଷତ କଣ ତାହା ଓଡ଼ିଶା ଜାଣେ । ଅତୀତରେ ଓଡ଼ିଶା ବହୁ ବାତ୍ୟାକୁ ସମ୍ମୁଖୀନ ହୋଇ ବିପୁଳ କ୍ଷତି ସହିଛି । ଗତବର୍ଷ ଫଣି ସମୟରେ ଓଡ଼ିଶା ଅକଳନୀୟ କ୍ଷତି ସହିଥିଲା । ତେଣୁ ପଶ୍ଚିମବଙ୍ଗକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ ସହ ଯୋଗାଯୋଗ ରଖି ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କୁ ନିର୍ଦେଶ ଦେଇଛନ୍ତି ।

Comments are closed.