ଅମ୍ଫନ ପ୍ରସ୍ତୁତି: ୪ ଆଇଏଏସ୍ ଅଧିକାରୀଙ୍କୁ ୪ ଜିଲା ଦାୟିତ୍ବ

ଭୁବନେଶ୍ବର: ସାମୁଦ୍ରିକ ଘୂର୍ଣିଝଡ଼ ଅମ୍ପନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । ଘୂର୍ଣିଝଡ଼ ପରବର୍ତୀ ସ୍ଥିତି ପରିଚାଳନା ନିମନ୍ତେ ୪ ବରିଷ୍ଠ ଅଧିକାରୀଙ୍କୁ ୪ ଜିଲାର ଦାୟିତ୍ବ ଦେଇଛନ୍ତି ସରକାର । ପରିବହନ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର, ସିଇଓ ସୁଶୀଲ ଲୋହାନୀଙ୍କୁ ଭଦ୍ରକ , ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଏବଂ ଜଗତସିଂହପୁର ପାଇଁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।

 

Comments are closed.