‘୮୩’: ବଲୱିନ୍ଦର ସନ୍ଧୁଙ୍କ ରୂପରେ ଏମି ଭିର୍କ

ମୁମ୍ବଇ: ରଣବୀର ସିଂହଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘୮୩’ର ଆଉ ଜଣେ ଖେଳାଳିଙ୍କ ଲୁକ୍‍ ସୋମବାର ସାମ୍ନାକୁ ଆସିଛି। ସେ ଆଉ କେହି ନୁହେଁ ବରଂ ପୂର୍ବତନ କ୍ରିକେଟର ବଲୱିନ୍ଦର ସିଂହ ସନ୍ଧୁ। ପଞ୍ଜାବୀ ଅଭିନେତା ଏମି ଭିର୍କ ଚଳଚ୍ଚିତ୍ରରେ ସନ୍ଧୁଙ୍କ ଭୂମିକାରେ ଅଭିନୟ କରିଛନ୍ତି। ବଲୱିନ୍ଦରଙ୍କ ଭୂମିକାରେ ଏମିଙ୍କ ଲୁକ୍‍ ବାସ୍ତବରେ ପ୍ରସଂଶାଯୋଗ୍ୟ। ଏମିଙ୍କ ଲୁକ୍‍କୁ ରଣବୀର ସାମାଜିକ ଗଣମାଧ୍ୟମରେ ଶେୟାର କରି ଲେଖିଛନ୍ତି, “ଏ ହେଉଛନ୍ତି ସ୍ୱିଙ୍ଗ୍‍ ବାଲା ସରଦାର ଜୀ। ଭେଟନ୍ତୁ, ବଲୱିନ୍ଦରଙ୍କ ରୂପରେ ଏମି ଭିର୍କଙ୍କୁ”। ଏମି ମଧ୍ୟ ନିଜ ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଲୁକ୍‍ ଶେୟାର କରିଛନ୍ତି।

View this post on Instagram

*Cue track* It’s the SWINGIN’ SARDARJI !!! Presenting @ammyvirk AMMY VIRK as BALVINDER SINGH SANDHU!!! @inswingsandhu ? PS- this one is special to me as our Dil Da Raja Amrinder portrays the role of our beloved coach SANDHU SIR ❤ because of whom we have all become better cricketers ?? What an honour to be coached for the film by the World Cup Winner Himself ?? #LoveYouSandhuSir PPS- both are real characters, On and Off screen ? I think all my ‘PROFASHNULS’ will agree @saqibsaleem @harrdysandhu @actorjiiva @thejatinsarna @iamchiragpatil @dinkersharmaa @nishantdahhiya @issahilkhattar @tahirrajbhasin @adinathkothare @dhairya275 @rbadree @pankajtripathi #ThisIs83 . @kabirkhankk @deepikapadukone @sarkarshibasish @mantenamadhu #SajidNadiadwala @vishnuinduri @ipritamofficial @reliance.entertainment @fuhsephantom @nadiadwalagrandson @vibrimedia @zeemusiccompany @pvrpictures

A post shared by Ranveer Singh (@ranveersingh) on

ସୂଚନାଯୋଗ୍ୟ, ପୂର୍ବରୁ କୀର୍ତ୍ତି ଆଜାଦଙ୍କ ଭୂମିକାରେ ଦିନକର ଶର୍ମା, ସନ୍ଦିପ ପାଟିଲଙ୍କ ଭୂମିକାରେ ଚିରାଗ ପାଟିଲ, ୟଶପାଲ ଶର୍ମାଙ୍କ ଭୂମିକାରେ ଜତିନ ସରନା, ମହିନ୍ଦର ଅମରନାଥଙ୍କ ଭୂମିକାରେ ସାକିବ ସଲୀମ ଓ ରୋଜର ବିନ୍ନୀଙ୍କ ଭୂମିକାରେ ଅଭିନେତା ନିଶାନ୍ତ ଦହିୟାଙ୍କ ପ୍ରଥମ ଲୁକ୍ ଜାରି କରାଯାଇଥିଲା। ଏହା ବ୍ୟତୀତ କେ. ଶ୍ରୀକାନ୍ତଙ୍କ ଭୂମିକାରେ ଜିଭା, ସୁନିଲ ଗାଭାସ୍କରଙ୍କ ଭୂମିକାରେ ତାହିର ରାଜ ଭସୀନଙ୍କ ଲୁକ୍ ଓ ସୟଦ କିର୍ମାନୀଙ୍କ ଭୂମିକାରେ ସାହିଲ ଖଟ୍ଟରଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଥିଲା।

ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ପାଖେଇ ଆସିବା ସଙ୍ଗେ ସଙ୍ଗେ ନିର୍ମାତା ଚଳଚ୍ଚିତ୍ରର ସମସ୍ତ କଳାକାରଙ୍କ ପ୍ରଥମ ଲୁକ୍ ଶେୟାର କରି ପ୍ରଚାର ଆରମ୍ଭ କରିଛନ୍ତି। ‘୮୩’ରେ ରଣବୀର ସିଂହ ମୁଖ୍ୟ ଭୂମିକା ଅର୍ଥାତ୍ କପିଲ ଦେବଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ ଦୀପିକା ପାଦୁକୋନ କପିଲଙ୍କ ପତ୍ନୀ ରୋମୀଙ୍କ ଭୂମିକାରେ ନଜର ଆସିବେ। ଚଳିତ ବର୍ଷ ୧୦ ଏପ୍ରିଲରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ।

Comments are closed.