ଜମ୍ମୁକାଶ୍ମୀରରେ ପ୍ରବଳ ବରଫପାତ, ଫସିରହିଛନ୍ତି ଲୋକେ

ଜମ୍ମୁକାଶ୍ମୀର: ଅସହ୍ୟ ଜାଡରେ ଥରୁଛି ଉତ୍ତର ଭାରତ । ଜାମ୍ମୁ ଓ କାଶ୍ମୀରରେ ପ୍ରବଳ ବରଫପାତ ହୋଇଛି । ପ୍ରବଳ ତୁଷାରପାତ ଯୋଗୁ ଜମ୍ମୁକାଶ୍ମୀରରେ ରେଡ୍‍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତୁଷାରପାତ ଯୋଗୁ ଜମ୍ମୁକାଶ୍ମୀରରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଲୋକମାନେ ଅନେକ ସ୍ଥାନରେ ଫସିରହିଛନ୍ତି । ସେପଟେ ଉତ୍ତର ଭାରତର ହିମାଚଳ ପ୍ରଦେଶ ସମତେ ଅନେକ ରାଜ୍ୟରେ ତାପମାତ୍ରା ଖସୁଥିବା ରେକର୍ଡ କରାଯାଇଛି । କିନ୍ନୁର, କାଙ୍ଗରା, କୁଲ୍ଲୁ, ସିମଲା ଓ ଚମ୍ବା ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଫଳରେ ଲୋକମାନେ ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ହେଉଛନ୍ତି । ପ୍ରବଳ ତୁଷାରପାତ ଯୋଗୁ ବିମାନଚଳାଚଳରେ ବାଧା ଉପୁଜିଛି । ଶ୍ରୀନଗର ବିମାନ ବନ୍ଦରରେ ସମସ୍ତ ବିମାନର ଉଡାଣ ବାଧାପ୍ରାପ୍ତ ହୋଇଛି ।

Comments are closed.