ହଲଦୀରାମ କାରଖାନାରେ ଅଘଟଣ: ଗ୍ୟାସ ଲିକ୍ ହୋଇ ଜଣେ ମୃତ

ନୂଆଦିଲ୍ଲୀ: ରାଜଧାନୀ​‌ ଦିଲ୍ଲୀର ନୋଏଡା ସେକ୍ଟର ୬୫ରେ ଥିବା ହଲଦୀରାମ କାରଖାନାରେ ଅମୋନିଆ ଗ୍ୟାସ ଲିକ୍ ହୋଇ ଦୁର୍ଘଟଣା ଘଟିଛି। କମ୍ପାନୀ କାରଖାନାରେ କାର୍ଯ୍ୟରତ ଥିବା ୪୨ ବର୍ଷୀୟ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଶନିବାର ଦିନ ପ୍ରାୟ ୧୨ଟା ସମୟରେ ଗ୍ୟାସ୍ ଲିକ୍ ହେବା ନେଇ ସୂଚନା ମିଳିଥିଲା। ଖ‌ବର ପାଇଁ ତୁରନ୍ତ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୩୦୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହା ସହ ଆଖପାଖ ଅଞ୍ଚଳକୁ ମଧ୍ୟ ଖାଲି କରାଯାଇଥିଲା।

Comments are closed.