ଭିନ୍ନ ଏକ ଅବତାରରେ ଅମିତାଭ

ମୁମ୍ବଇ : ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗୁଲାବୋ ସିତାବୋ’ର ଶୁଟିଂ ସେଟରୁ ଅଭିତାଭଙ୍କ ଲୁକ୍‍ ସାମ୍ନାକୁ ଆସିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଶୁକ୍ରବାର ଟ୍ୱିଟର ଜରିଆରେ ଅଭିତାଭଙ୍କ ଏହି ଲୁକ୍‍ ଶେୟାର କରିଛନ୍ତି। ଏଥିରେ ଅମିତାଭଙ୍କୁ ଜଣେ ଚିଡ଼ଚିଡ଼ା ସ୍ୱଭାବର ବୃଦ୍ଧ ଭୂମିକାରେ ଦେଖିବାକୁ ମିଳିଛି। ଲମ୍ବା ଦାଢି ସହ ଚଷମା ଲଗାଇ ମୁଣ୍ଡରେ ଏକ ଗାମୁଛା ଘୋଡ଼ାଇ ଅଭିତାଭ କିଛି ଭିନ୍ନ ରୂପରେ ନଜର ଆସିଛନ୍ତି। ତାଙ୍କ ନାକକୁ ଉନ୍ନତ ମାନର ମେକଅପ୍‍ ଜରିଆରେ ଭିନ୍ନ ରୂପ ଦିଆଯାଇଛି। ଦର୍ଶକ ଅମିତାଭଙ୍କ ଏହି ରୂପକୁ ଖୁବ୍‍ ପସନ୍ଦ ମଧ୍ୟ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ସୁଜିତ ସରକାରଙ୍କ ନିର୍ଦ୍ଦେଶୀତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୨୪ ଏପ୍ରିଲରେ ମୁକ୍ତିଲାଭ କରିବ।

Comments are closed.