ନିତି ଆୟୋଗ ସିଇଓଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: ନିତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଆଉ ଏକ ବର୍ଷ ବୃଦ୍ଧି କରିଛନ୍ତି। ୧୯୮୦ ବ୍ୟାଚ କେରଳ କ୍ୟାଡର ଆଇଏଏସ୍ ଅମିତାଭଙ୍କ କାର୍ଯ୍ୟକାଳକୁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ୨୦୨୨ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୨୦୧୯ରେ କେନ୍ଦ୍ର ସରକାର ଅମିତାଭଙ୍କୁ ନିତି ଆୟୋଗ ସିଇଓ ଭାବେ ନିଯୁକ୍ତି ଦେଇଥିଲେ। ଯୋଜନା ବୋର୍ଡକୁ ଭାଙ୍ଗି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ନିତି ଆୟୋଗ ଗଠନ କରିଥିଲେ।

Comments are closed.