ଅମିତାଭଙ୍କୁ ସୟାଜୀ ରତ୍ନ ସମ୍ମାନ

0

ଭଦୋଦରା : ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ ମଙ୍ଗଳବାର ତୃତୀୟ ସୟାଜୀ ରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଛି। ସମାଜସେବା କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ଭିତ୍ତିରେ ଅମିତାଭଙ୍କୁ ଏହି ସମ୍ମାନ ଦିଆଯାଇଛି।

ଭଦୋଦରାର ପୂର୍ବତନ ଶାସକ ସୟାଜୀରାଓ ଗାଏକୱାଡ଼ ତୃତୀୟଙ୍କ ସ୍ମୃତିରେ ୨୦୧୩ରେ ଏହି ସମ୍ମାନର ଶୁଭାରମ୍ଭ କରାଯାଇଥିଲା। ପୂର୍ବରୁ ଏହି ସମ୍ମାନ ଇନଫୋସିସ୍‍ ର ସହ-ପ୍ରତିଷ୍ଠାତା ଏନ୍‍ ଆର୍‍ ନାରାୟଣ ମୂର୍ତ୍ତି ଓ ଶିଳ୍ପପତି ରତନ ଟାଟାଙ୍କୁ ମିଳିଛି।

ଲକ୍ଷ୍ମୀ ବିଳାସ ପ୍ୟାଲେସରେ ଆୟୋଜିତ ହୋଇଥିବା ଏକ ସମାରୋହରେ ବଚ୍ଚନ କହିଥିଲେ, ସେ ଉତ୍ତର ପ୍ରଦେଶର ୧,୩୯୮ ଜଣ ଓ ମହାରାଷ୍ଟ୍ରର ୩୫୦ ଜଣ ଚାଷୀଙ୍କ ଋଣ ସୁଝିଛନ୍ତି। ତାଙ୍କ କହିବା ଅନୁସାରେ, ଏପରି ପଦକ୍ଷେପ ତାଙ୍କୁ ଆନ୍ତରିକ ଶାନ୍ତି ଦେଇଥାଏ।

Comments
Loading...