କରୋନା କବଳରେ ବଚ୍ଚନ ପରିବାର: ବିଗ୍‍ ବିଙ୍କ ୪ଟି ବଙ୍ଗଳା ସିଲ୍‍, ସମ୍ପର୍କରେ ଆସିଥିବା ୫୪ ଜଣଙ୍କ ମଧ୍ୟରୁ ୩୦ ଜଣଙ୍କର ହୋଇଛି ଟେଷ୍ଟ

କେବଳ ଜୟାଙ୍କ କରୋନା ରିପୋର୍ଟ ନେଗେଟିଭ

ମୁମ୍ବଇ: ବିଗ୍‍ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହେବା ପରେ ଏବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ୮ ବର୍ଷୀୟ ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପର ପକ୍ଷରେ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଆସିଛି। ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କରଠାରେ କରୋନା ସାମାନ୍ୟ ଲକ୍ଷଣ ଥିବାରୁ ଉଭୟଙ୍କୁ ଘରେ ହୋମ୍‍ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଛି।

ଅମିତାଭଙ୍କ ଝିଅ ଶ୍ୱେତା ନନ୍ଦା, ତାଙ୍କ ପୁଅ ଅଗସ୍ତ୍ୟ ନନ୍ଦା ଓ ଝିଅ ନଭ୍ୟା ନବେଲୀ ନନ୍ଦାଙ୍କ ରିପୋର୍ଟ ମଧ୍ୟ ଜୟାଙ୍କ ଭଳି ନେଗେଟିଭ ଆସିଛି ଓ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଅପର ପକ୍ଷରେ ବଚ୍ଚନ ପରିବାର ସମ୍ପର୍କରେ ଆସିଥିବା ୫୪ ଜଣ ଲୋକଙ୍କ ମଧ୍ୟରୁ ୩୦ ଜଣଙ୍କର କରୋନା ଟେଷ୍ଟ ହୋଇସାରିଛି, ଯାହାର ରିପୋର୍ଟ ସୋମବାର ଆସିବ। ଅମିତାଭଙ୍କ ୪ଟି ବଙ୍ଗଳା ଜଲସା, ପ୍ରତୀକ୍ଷା, ଭାସ୍ତା ଓ ଜନକକୁ ସିଲ୍‍ କରାଯାଇଛି।

ନାନାବତୀ ହସ୍ପିଟାଲ ପକ୍ଷରୁ ଅପରାହ୍ନ ୪ଟାରେ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ, ଡାକ୍ତରଖାନାରେ ଭର୍ତ୍ତି ହେବାର ୧୯ ଘଣ୍ଟା ପରେ ଅମିତାଭ ଓ ଅଭିଷେକ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Comments are closed.