ଜନ୍ମଦିନ ବିଶେଷ : ଅମିତାଭଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଶୁକ୍ରବାର ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଅମିତାଭ ୧୯୪୨ମସିହା ଅକ୍ଟୋବର ମାସ ୧୧ତାରିଖରେ ପ୍ରୟାଗରାଜରେ ଜନ୍ମ ଗ୍ରହଣ କରିଥିଲେ। ଦୁଇ ଦଶନ୍ଦି ଧରି ମନୋରଞ୍ଜନର ଖୋରାକ ଯୋଗାଇ ଆସୁଥିବା ବଲିଉଡର ଏହି ମହାନାୟକ ୧୯୬୯ରେ ‘ସାତ୍‍ ହିନ୍ଦୁସ୍ଥାନୀ’ ଚଳଚିତ୍ର ମାଧ୍ୟମରେ ନିଜର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ।
ସେ ବଲିଉଡକୁ ଅନେକଗୁଡିଏ ବ୍ଲକବଷ୍ଟର ଚଳଚ୍ଚିତ୍ର ଉପହାର ଦେଇଛନ୍ତି। ସେଥିମଧ୍ୟରୁ କିଛି…………….

pic courtesy-hindi.indiatvnews.com

ଶୋଲେ……
ଅମିତାଭଙ୍କ ଅଭିନୀତ ଚଳଚ୍ଚିତ୍ର ଶୋଲେ ୧୯୭୫ମସିହା ଅଗଷ୍ଟ ୧୫ତାରିଖରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟିକୁ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହିତ ସିନେମାଟି ବ୍ଲକବଷ୍ଟର ହୋଇଥିଲା। ଏହି ଚଳଚ୍ଚିତ୍ରଟି ଏପର୍ୟ୍ୟନ୍ତ ମୁକ୍ତିଲାଭ କରିଥିବା ସମସ୍ଥ ହିଟ୍ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଶିର୍ଷ ସ୍ଥାନରେ ରହିଛି। ଏହି ଚଳଚ୍ଚିତ୍ରଟି ରମେଶ ସିପୀଙ୍କ ପ୍ରଯୋଜନାରେ ନିର୍ମିତ ହୋଇଥିଲାବେଳେ ଏଥିରେ ନିର୍ଦେଶନାର ଭାର ବହନ କରିଥିଲେ ଜି.ପି ସିପୀ। ସଲିମ-ଜାବେଦ ଏହାର ସଂଳାପ ରଚନା କରିଥିଲେ। ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦେଶକ ଆରଡି ବର୍ମନ ଏଥିରେ ସଙ୍ଗୀତ ନିର୍ଦେଶନାର ଗୁରୁଦାୟିତ୍ଵ ବହନ କରିଥିଲେ। ଅମିତାଭଙ୍କ ବ୍ୟତୀତ ଧର୍ମେନ୍ଦ୍ର, ହେମାମାଳିନି, ଜୟା ଭାଦୁରି, ଅମଜାଦ ଖାନଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ଦେଖାଦେଇଥିଲେ।

pic courtesy-bollywood movies-wordpress.com

ଦିୱାର…….
ଏହି ଚଳଚ୍ଚିତ୍ର ୧୯୭୫ମସିହା ଜାନୁଆରୀ ୨୪ତାରିଖରେ ମୁକ୍ତିଲାଭ କରିଥିଲା। ଅମିତାଭଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟିକୁ ମଧ୍ୟ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହିତ ସିନେମାଟି ବ୍ଲକବଷ୍ଟର ହୋଇଥିଲା। ଏହି ଚଳଚ୍ଚିତ୍ରଟି ଗୁଲଶନ ରାଇଙ୍କ ପ୍ରଯୋଜନାରେ ନିର୍ମିତ ହୋଇଥିଲାବେଳେ ଏଥିରେ ନିର୍ଦେଶନାର ଭାର ବହନ କରିଥିଲେ ୟଶ ଚୋପ୍ରା। ସାଲିମ-ଜାବେଦ ଏହାର ସଂଳାପ ରଚନା କରିଥିଲେ। ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦେଶକ ରାହୁଲ ଦେବ ବର୍ମନ ଏଥିରେ ସଙ୍ଗୀତ ନିର୍ଦେଶନାର ଗୁରୁଦାୟିତ୍ଵ ବହନ କରିଥିଲେ। ଅମିତାଭଙ୍କ ବ୍ୟତୀତ ଶଶି କପୁର, ନିତୁ ସିଂହ, ନିରୁପା ରୟ, ପ୍ରବୀଣ ବାବିଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ନଜର ଆସିଥିଲେ।

pic courtesy-scoopnest

ଅଗ୍ନିପଥ……..
୧୯୯୦ମସିହା ଫେବୃଆରୀ ୧୬ତାରିଖରେ ଅମିତାଭଙ୍କ ଅଭିନୀତ ଚଳଚ୍ଚିତ୍ର ଅଗ୍ନିପଥ ମୁକ୍ତିଲାଭ କରିଥିଲା। ୟଶ ଜୋହରଙ୍କ ପ୍ରଯୋଜନାରେ ଏହାକୁ ନିର୍ମାଣ କରାଯାଇଥିଲା। ସନ୍ତୋଷ ସରାଜ ଏହାର କାହାଣୀ ଲେଖିଥିବାବେଳେ ମୁକୁଲ ଏସ୍ ଆନନ୍ଦ ଏଥିରେ ନିର୍ଦ୍ଦେଶନାର ଭାର ବହନ କରିଥିଲେ। ବିଗ ବିଙ୍କ ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ, ମାଧବି, ନୀଲମ କୋଠରୀ, ଆଲୋକ ନାଥଙ୍କ ଭଳି କଳାକାର ଅଭିନୟ କରୁଥିବା ନଜର ଆସିଥିଲେ।

pic courtesy-bookmyshow

ଡ଼ନ………….
ନରିମାନ ଇରାନ ଓ ନରିମାନ ଫିଲ୍ମସର ମିଳିତ ପ୍ରାଯୋଜନାରେ ୧୯୭୮ମସିହା ମଇ ୧୨ରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା। ସାଲିମ-ଜାଭେଦ ଏହାର କାହାଣୀ ଲେଖିଥିବାବେଳେ ଚନ୍ଦ୍ରା ବାରୋତ ଏଥିରେ ନିର୍ଦ୍ଦେଶନାର ଭାର ବହନ କରିଥିଲେ। ବିଗ ବିଙ୍କ ବ୍ୟତୀତ ଜେଲେନ୍, ଜୀନତ ଅମନ, ପ୍ରାନ, ଇଫତେଖରଙ୍କ ଭଳି କଳାକାର ଅଭିନୟ କରିଥିବା ନଜର ଆସିଥିଲେ।

pic courtesy-spuul

କୁଲି………..
ଅମିତାଭଙ୍କ ଅଭିନୀତ କୁଲି ଚଳଚ୍ଚିତ୍ର ୧୯୮୩ମସିହା ଡିସେମ୍ବର ୦୨ତାରିଖରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟିକୁ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହିତ ସିନେମାଟି ବ୍ଲକବଷ୍ଟର ହୋଇଥିଲା। ଏହି ଚଳଚ୍ଚିତ୍ରଟି କେତନ ଦେଶାଇଙ୍କ ପ୍ରଯୋଜନାରେ ନିର୍ମିତ ହୋଇଥିଲାବେଳେ ଏଥିରେ ନିର୍ଦେଶନାର ଭାର ବହନ କରିଥିଲେ ମନମୋହନ ଦେଶାଇ। ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦେଶକ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ ଏଥିରେ ସଙ୍ଗୀତ ନିର୍ଦେଶନାର ଗୁରୁଦାୟିତ୍ଵ ବହନ କରିଥିଲେ। ଅମିତାଭଙ୍କ ବ୍ୟତୀତ ଏଥିରେ ରିଶି କପୁର, ସୋମା ଆନନ୍ଦ, ରାତି ଅଗ୍ନିହୋତ୍ରି, କାଦର ଖାନ, ସତ୍ୟେନ୍ଦ୍ର କପୁର, ନିଲୁ ଫୁଲେ, ପୁନି ଇଶାରଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ଦେଖାଦେଇଥିଲେ।

Comments are closed.