ଦାଦା ସାହେବ ଫାଲ୍‍କେ ପୁରସ୍କାରରେ ସମ୍ମାନିତ ହେବେ ଅମିତାଭ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତକୁ ନିଜର ଅବଦାନ ଲାଗି ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି (ରବିବାର) ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦାଦା ସାହେବ ଫାଲ୍‍କେ ପୁରସ୍କାର ପ୍ରଦାନ କରିବେ। ୧୯୬୯ ମସିହାରୁ ଭାରତୀୟ ଚଳଚ୍ଚିତ୍ର ଜଗତର ଜନକ ଧୁଣ୍ଡିରାଜ ଗୋବିନ୍ଦ ଫାଲ୍‍କେଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। ଭାରତୀୟ ଚଳଚ୍ଚିତ୍ରର ବିକାଶ ଏବଂ ଅଭିବୃଦ୍ଧି ଦିଗରେ ନିଜର ସର୍ବଶ୍ରେଷ୍ଠ ଅବଦାନ ଲାଗି ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ଏହି ପୁରସ୍କାର ବାବଦରେ ୧୦ଲକ୍ଷ ଟଙ୍କା ଏବଂ ଏକ ସ୍ୱର୍ଣ୍ଣ କମଳ ପ୍ରଦାନ କରାଯିବ।

Comments are closed.