ଓକିଲ ପୋଷାକ ପିନ୍ଧି ଅଡ଼ୁଆରେ ଅମିତାଭ

0

ନୂଆଦିଲ୍ଲୀ : ଚଳଚ୍ଚିତ୍ରରେ ଅଭିନେତା-ଅଭିନେତ୍ରୀମାନେ ଡାକ୍ତର, ଓକିଲ, ପୁଲିସଙ୍କ ପୋଷାକ ପିନ୍ଧିବା କିଛି ନୂଆ କଥା ନୁହେଁ; କିନ୍ତୁ ଏଭଳି ଏକ ମାମଲାରେ ଫସିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ‘ଏଭରେଷ୍ଟ ମସଲା’ ପାଇଁ ଏକ ବିଜ୍ଞାପନ ଫିଲ୍ମରେ ଅଭିନୟ କଲାବେଳେ ଅମିତାଭ ଓକିଲଙ୍କ ପୋଷାକ ପିନ୍ଧିଥିବାରୁ ଭାରତୀୟ ଆଇନଜୀବୀ ପରିଷଦ (ବାର୍‍ କାଉନ୍‍ସିଲ ଅଫ ଇଣ୍ଡିଆ) ପକ୍ଷରୁ ତାଙ୍କୁ ନୋଟିସ ପଠାଯାଇଛି। ଓକିଲ ପୋଷାକ ପିନ୍ଧି ବିଜ୍ଞାପନ ଦେବା ପୂର୍ବରୁ ଅମିତାଭ ବାର୍‍ କାଉନ୍‍ସିଲ୍‍ର ଅନୁମତି ନେଇ ନ ଥିବାରୁ ଏହା ଅପରାଧ ବୋଲି ନୋଟିସରେ ଦର୍ଶାଯାଇଛି। ଏଥିସହିତ ଏଭଳି ବିଜ୍ଞାପନ ପ୍ରସାରଣକୁ ତୁରନ୍ତ ବନ୍ଦ କରିବା ଏବଂ କୌଣସି ବିଜ୍ଞାପନ ଫିଲ୍ମରେ ଯେଭଳି ବିନାନୁମତିରେ ଓକିଲଙ୍କ ପୋଷାକ ବ୍ୟବହାର ନ ହୁଏ ସେ ବାବଦରେ ବାର୍‍ କାଉନ୍‍ସିଲ ଅଫ ଇଣ୍ଡିଆ ଓ ସମସ୍ତ ରାଜ୍ୟ ବାର୍‍ କାଉନ୍‍ସିଲକୁ ଲିଖିତ ପ୍ରତିଶ୍ରୁତି ଦେବା ପାଇଁ ନୋଟିସରେ ଉଲ୍ଲେଖ ରହିଛି। ଆସନ୍ତା ୧୦ଦିନ ମଧ୍ୟରେ ଏହି ଲିଖିତ ପ୍ରତିଶ୍ରୁତି ଦାଖଲ କରିବାକୁ କୁହାଯାଇଛି। ଏଥିରେ ଖିଲାପ ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ପୂର୍ବରୁ ଅମିତାଭ ଝିଅ ଶ୍ୱେତାଙ୍କ ସହ ଏକ ଗହଣା ବିଜ୍ଞାପନରେ ଅଭିନୟ କରି ଏଭଳି ଆଇନଗତ ଅଡ଼ୁଆର ସମ୍ମୁଖୀନ ହୋଇଥିଲେ।

Leave A Reply