ମୁଁ ସୁସ୍ଥ ହେବା ଖବର ମିଥ୍ୟା: ବିଗ୍ ବି

ମୁମ୍ବଇ: ପ୍ରସିଦ୍ଧ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ସୁସ୍ଥ ହେଉଛନ୍ତି ଓ ଏବେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଖବରକୁ ଖଣ୍ଡନ କରିଛନ୍ତି ନିଜେ ବିଗ୍ ବି। ତାଙ୍କ ସୁସ୍ଥ ହେବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ବର୍ତ୍ତମାନ ମଧ୍ୟ ସେ ଚିକିତ୍ସାଧୀନ ଅଛନ୍ତି ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ଅମିତାଭ।
ସେ ଲେଖଛନ୍ତି, “ଏହି ସମ୍ବାଦ ଭୁଲ୍, ଦାୟିତ୍ୱହୀନ, ଗୁଜବ ଏବଂ ଏକ ଅସଂଶୋଧନୀୟ ମିଥ୍ୟା”।
ସୂଚନାଯୋଗ୍ୟ, କିଛି ସମୟ ପୂର୍ବରୁ ଅମିତାଭଙ୍କ ସୁସ୍ଥତା ନେଇ ସାମାଜିକ ଗଣମାଧ୍ୟମରେ ଖବର ଭାଇରାଲ ହୋଇଥିଲା। ସେ ସୁସ୍ଥ ହେଉଛନ୍ତି ଏବଂ ତାଙ୍କ କରୋନା ରିପୋର୍ଟ ଏବେ ନେଗେଟିଭ୍ ଆସିଛି। ଖୁବଶୀଘ୍ର ସେ ଘରକୁ ଫେରିପାରନ୍ତି ବୋଲି ଖବର ପ୍ରକାଶିତ ହୋଇଥିଲା। ଏହି ଖବର ବିଗ୍ ବିଙ୍କ ଦୃଷ୍ଟିଗୋଚର ହେବା ପରେ ସେ ଟ୍ୱିଟ୍ କରି ଏହା ମିଥ୍ୟା ବୋଲି ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଅମିତାଭ, ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ବର୍ୟ୍ୟା ଏବଂ ନାତୁଣୀ ଆରାଧ୍ୟା କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। କେବଳ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏବେ ୪ ଜଣ ମୁମ୍ବଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।