MEllora 950×100

କୋର୍ଟଙ୍କ ବଡ ରାୟ ! ବିଗ୍‍ବିଙ୍କ ନାମ, କଣ୍ଠ ସ୍ୱର ଓ ଫଟୋ ପାଇଁ ଆବଶ୍ୟକ ଅନୁମତି

ମୁମ୍ବଇ : ସେ ଶହେନ୍‍ଶାହ,ଡନ୍‍ । ଶତାବ୍ଦୀର ମହାନାୟକ , ମେଗାଷ୍ଟାର ଭାବେ ପରିଚିତ ଅମିତାଭ ବଚ୍ଚନ ଗତ ୫ ଦଶନ୍ଧୀର ହିନ୍ଦୀ ଚଳଚ୍ଚିତ୍ରର ଜଣେ ସକ୍ରିୟ ତାରକା । ପ୍ରାୟ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ସେ ନିପୁଣ ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତାଙ୍କ କଣ୍ଠସ୍ୱର,ଫଟୋ, ନାଁ ସବୁବେଳେ ଚର୍ଚ୍ଚାରେ । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ପ୍ରତ୍ୟେକଙ୍କ ପାଇଁ ଚର୍ଚ୍ଚିତ ଚେହେରା । ତାଙ୍କ ଲୋକପ୍ରିୟତା ଶୀର୍ଷରେ ମଧ୍ୟ । ତାଙ୍କ ନାମ, କଣ୍ଠ ସ୍ୱର ଓ ବ୍ୟକ୍ତିତ୍ୱ ପ୍ରତ୍ୟେକଙ୍କ ପାଇଁ ଏକ ପ୍ରେରଣା ଭଳି । ତେବେ ବର୍ତ୍ତମାନ ସେହି ନାଁର ବ୍ୟବହାର ପାଇଁ ନେବାକୁ ପଡିବ ଅନୁମତି ।
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଅନ୍ତରୀଣ ରାୟ ଆସିଛି । ବିନା ଅନୁମତିରେ ଆଉ ବ୍ୟବହାର ହୋଇ ପାରିବନି ଅମିତାଭଙ୍କ କଣ୍ଠସ୍ୱର,ବ୍ୟକ୍ତିତ୍ୱ ଓ ଫଟୋ । ବିଗ୍‍ ବିଙ୍କ ବିନା ଅନୁମତିରେ ଅନେକ କମ୍ପାନୀ ତାଙ୍କ ନାମ ଫଟୋ ଓ କଣ୍ଠସ୍ୱର ବ୍ୟବହାର କରିଥିବାରୁ ସେ ନିଜ ପର୍ସନାଲିଟି ରାଇଟସ୍‍ର ସୁରକ୍ଷା ଚାହୁଁଛନ୍ତି । ତାଙ୍କ ବିନା ଅନୁମତିରେ କେହି ତାଙ୍କ ଫଟୋ, ସ୍ୱର,ଆଦିକୁ ବ୍ୟବହାର କରିପାରିବେ ନାହିଁ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି ।
ସୂଚନାନୁଯାୟୀ ପୂର୍ବରୁ ବିଗ୍‍ ବି ତାଙ୍କ ନାମ, ଫଟୋ ଏବଂ ସ୍ୱର ସହିତ ଅନେକ ବିଷୟରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଅମିତାଭ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଦାବି କରିଥିଲେ । ଯାହାକୁ ହାଇକୋର୍ଟ ତାଙ୍କ ସ୍ୱର,ନାମ,ଫଟୋ ଏବଂ ପୋଷ୍ଟର ସମେତ ତାଙ୍କ ସହ ଜଡିତ କୌଣସି ଜିନିଷ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ସ୍ୱର ଓ ଫଟୋ ବ୍ୟବହାରକୁ ବାରଣ କରାଯାଇଛି । ଏହାକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି । ବିନା ଅନୁମତିରେ ବ୍ୟବହାର ହୋଇଥିବା କଣ୍ଟେଣ୍ଟକୁ ଅପସାରଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଟେଲିକମ୍‍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟକୁ ଅପସାରଣ ନିର୍ଦ୍ଦେଶ ଦିଆଯାଇଛି । ଅମିତାଭଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଅମିତାଭଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ସାତ ହିନ୍ଦୁସ୍ତାନୀ । ଆନନ୍ଦ, ଜଞ୍ଜିର, ଅଭିମାନ, ସୌଦାଗର, ଚୁପକେ ଚୁପକେ, ଦିବାର, ଶୋଲେ, କଭି କଭି, ଅମର ଅକବର ଏନ୍ଥନୀ, ତ୍ରିଶୁଲ୍ , ଡନ୍ , ମୁକଦର କା ସିକନ୍ଦର, ଲାବାରିସ୍ , ସିଲସିଲା, କାଲିୟା, ସତ୍ତେ ପେ ସତ୍ତା, ନମକ ହଲାଲ୍ , ଶକ୍ତି, କୁଲି,ଶରାବୀ, ମର୍ଦ, ଶହେନ୍‍ଶାହ , ଅଗ୍ନିପଥ, ଖୁଦା ଗବାହ, ମୋହବ୍ୱତେ, ବାଗବାନ, ବ୍ଲାକ୍ , ବକ୍ତ, ସରକାର, ଚିନି କମ୍ , ଭୂତନାଥ, ପା, ସତ୍ୟାଗ୍ରହ, ଚେହରେ ଆଦି ଚଳଚ୍ଚିତ୍ରରେ ନିଜର ଦମଦାର୍ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟକୁ ଜିତିବା ସହ ଚଳଚ୍ଚିତ୍ର ଜଗତରେ ଶହେନ୍‍ଶାହ,ବିଗ୍ ବି ଓ ମହାନାୟକ ଭଳି ବିିଭିନ୍ନ ନାମରେ ଆଜି ସେ ଘରେ ଘରେ ପରିଚିତ।

Comments are closed.