ବିଗ୍ ବିଙ୍କ ରେକର୍ଡ

0

ମୁମ୍ବଇ : ସିନେଜଗତର ମହାନାୟକ ଭାବେ ଜଣାଯାଉଥିବା ବିଗ୍ ଅମିତାଭ ବଚ୍ଚନ ଅକ୍ଟୋବର ୧୧ରେ ୭୬ ବର୍ଷରେ ପାଦ ଦେଲେ। ପୂରା ବଲିଉଡ, ପ୍ରଶଂସକ ଓ ସମୀକ୍ଷକ ମହଲ ନିଜ ତରଫରୁ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇବାରେ ହେଳା କରିନାହାନ୍ତି। ନିକଟରେ ଆମେରିକା ଗବେଷଣା ସଂସ୍ଥା ‘ସ୍କୋର୍ ଇଣ୍ଡିଆ’ର ଅନୁଧ୍ୟାନ ଅନୁସାରେ ୨୦୧୭ ସେପ୍ଟେମ୍ବରରୁ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଟ୍ବିଟର୍ ଓ ଇନଷ୍ଟାଗ୍ରାମ୍ ସୋସିଆଲ ସାଇଟ୍‌ର ସର୍ବେକ୍ଷଣ କରାଯାଇଥିଲା। ଅମିତାଭ ବଚ୍ଚନ ଅନ୍ୟ ସିନେକଳାକାରଙ୍କ ତୁଳନାରେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ଅମିତାଭଙ୍କ ପରେ ଶାହରୁଖ୍ ଓ ତୃତୀୟରେ ସଲମାନ୍ ଖାନ୍ ଥିବାର ପ୍ରକାଶ। ୫୨ ସପ୍ତାହ ଧରି ଚାଲିଥିବା ଏଇ ଅନୁଧ୍ୟାନରେ ଅମିତାଭଙ୍କ ଶୀର୍ଷ ସ୍ଥାନ ଆଦୌ ପ୍ରଭାବିତ ହୋଇନଥିଲା। ପ୍ରଶଂସକ ଏ ବୟସରେ ମଧ୍ୟ ତାଙ୍କୁ ମହାନାୟକ ଭାବେ ଗ୍ରହଣ କରିଛନ୍ତି। ଆଗାମୀ ଚଳଚ୍ଚିତ୍ର ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ପ୍ରଚାର କାମରେ ଆଜିକାଲି ଖୁବ୍ ବ୍ୟସ୍ତ ରହୁଥିବା ବିଗ୍ ବି ଆସନ୍ତା ଦୁଇମାସ ମଧ୍ୟରେ ‘ବ୍ରହ୍ମାସ୍ତ୍ର’ ଓ ‘ବଦଲା’ ଦୁଇଟି ଚଳଚ୍ଚିତ୍ରର ସୁଟିଂ ସମାପ୍ତ କରିବାର ଯୋଜନା ରଖିଛନ୍ତି।

Leave A Reply