ପୁରୁଣା ପୋଷାକରେ କ’ଣ କରନ୍ତି ଅମିତାଭ?

କେବେ ଭାବିଛନ୍ତି!

ପ୍ରାୟତଃ ଚଳଚ୍ଚିତ୍ର ତାରକାମାନେ ଫେଶନ୍‍ରୁ ବାହାରି ଯାଇଥିବା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ତେବେ ବିଗ୍‍ ବି ଅମିତାଭ ବଚ୍ଚନ ଏଭଳି ପୋଷାକ ଫିଙ୍ଗିଦେବା ବଦଳରେ ସାଇତି ରଖିଥାନ୍ତି ନଚେତ ଅଭାବୀ ଲୋକମାନଙ୍କୁ ଦାନ କରିଦିଅନ୍ତି। ଫେଶନ୍‍ ପୁନରାବୃତ୍ତି ବା ଫେଶନ୍‍ ରିସାଇକ୍‍ଲ ସୂତ୍ରକୁ ବିଶ୍ୱାସ କରନ୍ତି ଅମିତାଭ। ଏଥିରେ ପୁରୁଣା ପୋଷାକ ପୁଣି ନୂଆ କରି ଚଳଣିକୁ ଚାଲିଆସେ। ତେଣୁ ନିଜ ପ୍ରିୟ ପୁରୁଣା ପୋଷାକ ନଫିଙ୍ଗି ସାଇତି ରଖନ୍ତି ବୋଲି ଏକ ସାକ୍ଷାତକାରରେ ସେ କହିଥିଲେ। ଫେଶନ୍‍ ଦୁନିଆରେ ଦୁଇଟି ସୂତ୍ର ଅନୁସରଣ କରାଯାଏ- ଫେଶନ ସାଇକ୍‍ଲ ଏବଂ ଫେଶନ ରିସାଇକ୍‍ଲ। ୧୫ରୁ ୨୫ବର୍ଷ ମଧ୍ୟରେ ଫେଶନ୍‍ ରିସାଇକ୍‍ଲ ହେଉଥିବା ଦେଖାଯାଇଛି। ୧୯୭୭ରେ ଆସିଥିବା ଚଳଚ୍ଚିତ୍ର ‘ପରବରିଶ’ରେ ନାୟିକା ପିନ୍ଧିଥିବା ଫ୍ଲେୟର୍ଡ ପ୍ଲାଜୋ ପ୍ୟାଣ୍ଟ୍‍ ଏବେ ୨୦୧୯ରୁ ପୁଣି ଚଳଣିକୁ ଫେରିଛି। ପୁରୁଣା ସମୟର ପୋଷାକ, ଜୋତା ଏବଂ ଅନ୍ୟ ଫେଶନ୍‍ ସାମଗ୍ରୀ କିଛିବର୍ଷ ପରେ ପୁଣି ଚଳଣିକୁ ଫେରିବାକୁ ଫେଶନ୍‍ ରିସାଇକ୍‍ଲ କୁହାଯାଏ। ସେହିପରି କୌଣସି ଫେଶନ୍‍ ଆଇଟମ୍‍ ବଜାରକୁ ଆସି ଚଳଣିରୁ ବାହାରିଯିବା ପର୍ଯ୍ୟନ୍ତ ସମୟକୁ ଫେଶନ୍‍ ସାଇକଲ କୁହାଯାଇଥାଏ।

Comments are closed.