ନୂଆ ପିଢିର କଳାକାରଙ୍କୁ ଡ଼ରୁଛନ୍ତି ଅମିତାଭ୍‍ : ଏ ହେଉଛି କାରଣ

0

ନୂଆଦିଲ୍ଲୀ : ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଅମିତାଭ ବଚ୍ଚନଙ୍କ କହିବା କଥା ଯେ ତାଙ୍କୁ ‘ନୂଆପିଢି’ଙ୍କ କାମର ଶୈଳୀ ବହୁତ ଭଲ ଲାଗିଛି ଓ ସେ ଆଲିଆ, ଦୀପିକାଙ୍କ ଭଳି କଳାକାରଙ୍କ ପ୍ରତିଭାକୁ ଡ଼ରୁଛନ୍ତି। ଏକ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, “ମୁଁ ଆଲିଆ ଭଟ୍ଟ, ଅନୁଷ୍କା ଶର୍ମା ଓ ଦୀପିକା ପାଦୁକୋନ୍‍ଙ୍କ ସହ କାମ କରିବାକୁ ଭୟ କରେ। କାରଣ ଲାଗୁଛି ଏମାନେ ମୋତେ ଆଉ କାମ କରିବାକୁ ଦେବେନି। ଏହି ନୂଆ ପିଢିର କଳାକାରମାନେ ବହୁତ ପ୍ରତିଭାଶାଳୀ। ଆମକୁ ଗୋଟିଏ ଭଲ କଳାକାର ହେବା ପାଇଁ ବହୁତ ବର୍ଷ ଲାଗିଥିଲା। ହେଲେ ଏହି ପିଢିର କଳାକାର ମାନେ ଖୁବ୍‍ କମ୍‍ ସମୟ ମଧ୍ୟରେ ବହୁତ ଭଲ କାମ କରି ଦେଖାଇଛନ୍ତି ଓ ପ୍ରତିଷ୍ଠିତ ହୋଇ ପାରିଛନ୍ତି। ରଣବୀର, ସୁଶାନ୍ତ, ବରୁଣ, ରାଜକୁମାର, କାର୍ତ୍ତିକ ଆର୍‍ୟନ୍‍ ଏମାନଙ୍କୁ ଦେଖନ୍ତୁ- ସମସ୍ତେ ବହୁତ ପ୍ରତିଭାଶାଳୀ”।
ତେବେ ଖବର ଅନୁସାରେ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଚରମ ପର୍ଯ୍ୟାୟରେ ପହଞ୍ଚିଛି। ଚଳଚ୍ଚିତ୍ରର ସୁଟିଂ ବୁଲ୍ଗାରିଆ, ନ୍ୟୁୟର୍କ ସମେତ ମୁମ୍ବଇର କିଛି ସ୍ଥାନରେ ମଧ୍ୟ କରାଯାଇଛି। ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ୨୦୧୯ରେ ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ ହେବ। ଏହାକୁ ବିଭିନ୍ନ ଭାଗରେ ତିଆରି କରାଯିବ। ଏଥିରେ ଅମିତାଭ୍‍ ଆଲିଆ-ରଣବୀରଙ୍କ ସହ କାମ କରୁୁଛନ୍ତି।

Leave A Reply