ନିର୍ବାଚନ ପରେ ଦିଦି ଏକୁଟିଆ ହୋଇଯିବେ: ଶାହ

ଚଳିତବର୍ଷ ଏପ୍ରିଲ କିମ୍ବା ମେ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏପରି ସ୍ଥିତିରେ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ ହୋଇଯାଇଛି। ରବିବାର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସାଂସଦ ସ୍ମୃତି ଇରାନୀ ହାଓଡ଼ାରେ ଏକ ଦଳୀୟ ରାଲିରେ ଉଦବୋଧନ ଦେଇଥିଲେ। ଶାହ ଲୋକଙ୍କୁ ଉଦବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନରେ ପରେ ଦିଦି ଏକୁଟିଆ ହୋଇଯିବେ ବୋଲି ଶାହ କହିଥିଲେ।

ଅନ୍ୟପଟେ ପଶ୍ଚିମବଙ୍ଗରେ ଏଥର ବିଜେପି ସରକାର ଗଢ଼ିବ ବୋଲି ସାଂସଦ ସ୍ମୃତି ଇରାନୀ କହିଥିଲେ। ଶାହ କହିତିଲେ, ଯେଉଁଭଳି ଭାବେ ଟିଏମସି ନେତାମାନେ ଦଳ ଛାଡ଼ୁଛନ୍ତି ସେଥିରୁ ଜଣାପଡ଼ୁଛି ଯେ, ନିର୍ବାଚନ ପରେ ଦିଦି ଏକୁଟିଆ ହୋଇଯିବେ ମମତା ରାଜ୍ୟକୁ ଆଗକୁ ନେବା ବଦଳରେ ପଛକୁ ଠେଲି ଦେଇଛନ୍ତି।

ସ୍ମୃତି ଇରାନୀଙ୍କ ସହିତ ଟିଏମସିର ପୂର୍ବତନ ନେତା ଶୁଭେନ୍ଦୁ ଅଧିକାରୀ, ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିୟା, ପ୍ରବୀଣ ଘୋଷାଲ, ରଥିନ ଚକ୍ରବର୍ତ୍ତୀ ଏବଂ ରୁଦ୍ରନୀଲଙ୍କ ସମେତ ବିଜେପି ସାଂସଦ ଦିଲୀପ ଘୋଷ ଏବଂ ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ ପ୍ରମୁଖ ମଞ୍ଚ ଉପରେ ଉପସ୍ଥିତ ଥିଲେ।

Comments are closed.