ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ନିରାପତ୍ତା ସ୍ଥିତି ସମୀକ୍ଷା କଲେ ଅମିତ ଶାହ

ନୂଆଦିଲ୍ଲୀ: ଦେଶର ନିରାପତ୍ତା ସ୍ଥିତି ସମ୍ପର୍କରେ ଏଠାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆୟୋଜିତ ଏକ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇ ସମୀକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଯେ ଗୃହମନ୍ତ୍ରୀଙ୍କ ପକ୍ଷରୁ ପ୍ରତି ଛଅମାସରେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହିତ ବୈଠକରେ ମିଳିତ ହେବାକୁ ଶାହଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ଆଧାରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସୋମବାର ଅନୁଷ୍ଠିତ ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକଗଣ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ମୁଖ୍ୟମାନେ ଯୋଗଦେଇଥିଲେ । ଏଥିରେ ଶ୍ରୀ ଶାହ ଦେଶର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହିତ ଜମ୍ମୁ କାଶ୍ମୀରର ସାଂପ୍ରତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ ।
ନୂଆଦିଲ୍ଲୀଠାରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ମୁଖ୍ୟ ଦପ୍ତରରେ ଅନୁଷ୍ଠିତ ଏହି ବୈଠକର ଉଦଯାପନି ଅଧିବେଶନରେ ଅମିତ ଶାହ ଯୋଗଦେଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ବୈଠକରେ ବିଶେଷକରି ଜମ୍ମୁ କାଶ୍ମୀରରେ ଦେଖାଦେଇଥିବା ଆତଙ୍କି କାର୍ଯ୍ୟକଳାପ ଏବଂ ବାମପନ୍ଥୀ ଉଗ୍ରବାଦୀଙ୍କର ମୁକାବିଲା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Comments are closed.