ରାଜ୍ୟ ସଭାରୁ ଶାହା, ରବିଶଙ୍କରଙ୍କ ଇସ୍ତଫା

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ଏବଂ ଡିଏମକେ ନେତ୍ରୀ କାନିମୋଝି ଲୋକସଭାରୁ ନିର୍ବାଚିତ ହେବା ପରେ ବୁଧବାର ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଶାହା ଗୁଜରାଟର ଗାନ୍ଧିନଗରରୁ, ରବିଶଙ୍କର ବିହାରର ପାଟଣା ସହିବରୁ ଏବଂ କାନିମୋଝି ତାମିଲନାଡୁର ଥୁଥୁକୋଡିରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ରାଜ୍ୟସଭା ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ ଲୋକସଭାକୁ ନିର୍ବାଚିତ ହେବା ପରେ ଉଚ୍ଚସଦନରୁ ବାଦ ପଡିଥିବା ନେତାଙ୍କ ନାମ ଘୋଷଣା କରାଯାଇଛି।

Comments are closed.