ଏପ୍ରିଲ ୨୭ରେ ପୁଣି ଓଡ଼ିଶା ଆସିବେ  ଅମିତ ଶାହ

ଭୁବନେଶ୍ୱର .- ଉଭୟ ଲୋକ ସଭା  ଓ ବିଧାନସଭା ନିର୍ବାଚନ ପାଇଁ  ବିଜେପି ଓଡ଼ିଶାକୁ ବେଶ୍‌ ଗୁରୁତ୍ୱ ଦେଉଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଅନେକ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିଛନ୍ତି । ଏପ୍ରିଲ ୨୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହ ଓଡିଶା ଗସ୍ତରେ ଆସିବା ସହ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଶାହ ମୟୁରଭଂଜର ମୋରଡା ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦାଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଏପ୍ରିଲ ୨୬ ତାରିଖରେ ଯାଜପୁର ଏବଂ ମୟୁରଭଂଜଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ।

Comments are closed.