ଆଡଭାଣୀଙ୍କ ରେକର୍ଡ ଭାଙ୍ଗିବେ ଅମିତ ଶାହ!

ଗାନ୍ଧୀନଗର : ୨୦୧୯ ଲୋକସଭା ନିର୍ବାଚନ ମତଗଣନା ଅନୁସାରେ ଭାରତରେ ବିଜେପି କଂଗ୍ରେସକୁ ଧୂଳିସାତ କରିବାକୁ ଯାଉଛି। ଗୁଜରାଟର ଗାନ୍ଧୀନଗର ଆସନରୁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢୁଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭାରି ଜନମତ ବ୍ୟବଧାନରେ ଆଗୁଆ ଥିବା ଜଣାପଡିଛି। ଦିନ ୫ଟା ସୁଦ୍ଧା ଅମିତ ଶାହ ୫୫୫୧୪୬ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଆଗୁଆ ଅଛନ୍ତି। ଏହି ଆସନରୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀ ୪୮୩୧୨୧ଭୋଟ ବ୍ୟବଧାନରେ ଜିତିଥିଲେ। ଏଭଳି ଢଙ୍ଗରେ ଅମିତ ଶାହା ଲାଲକୃଷ୍ଣ ଆଡଭାଣୀଙ୍କ ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ସେହିପରି ଗୁଜରାଟର ୨୬ଟି ଲୋକସଭା ଆସନରେ ବିଜେପି ଆଗୁଆ ଥିବା ଜଣାପଡିଛି।

Comments are closed.