ବୁଆ, ବବୁଆ ଏବଂ ବାବା ଏକାଠି ଲଢିଲେ ବି ୭୪ ଆସନରେ ଜିତୁବୁ : ଅମିତ ଶାହା

0

ଚନ୍ଦୋଲି : ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି (ବିଜେପି) ନିଜ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛି। ନିର୍ବାଚନକୁ ଆଉ ବର୍ଷେ ବାକି ଥିବାବେଳେ ବିଜେପି ପକ୍ଷରୁ ମୋଦୀ ସରକାରଙ୍କ ସଫଳତାର ଗୁଣଗାନ କରଯାଇ ଭୋଟ ମଗାଯାଉଛି। ଉତ୍ତରପ୍ରଦେଶର ମୋଗଲସରାଇରେ ଆୟୋଜିତ ସାଧାରଣ ସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଉଦ୍‍ବୋଧନ ଦେଇ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପୁଣିଥରେ ଜିତିବ ବୋଲି ଦୁଢୋକ୍ତି ପ୍ରକାଶ କରିଥିଲେ। ଏହାସହ ଅମିତ ଶାହା କହିଥିଲେ ଯେ ବୁଆ (ପିଉସୀ ମାୟାବତୀ), ବବୁଆ (ପୁତୁରା ଅଖିଳେଶ ଯାଦବ) ଏବଂ ବାବା (କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି) ଏକାଠି ନିର୍ବାଚନ ଲଢିଲେ ବି ବିଜେପିକୁ ହରାଇ ପାରିବେ ନାହିଁ। ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ବିଜେପି ଅନ୍ୟୁନ୍‍ ୭୪ ଆସନ ଜିତିବ ବୋଲି ସେ ଦାବି କରିବା ସହ ବିଜେପି ପାଇଁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ୨୦୧୯ ନିର୍ବାଚନ ବିଜୟ ପଥ ଉତ୍ତରପ୍ରଦେଶ ଦେଇ ଆଗକୁ ବଢିବ ବୋଲି ସେ କହିଛନ୍ତି। ଏବେ ଉତ୍ତରପ୍ରଦେଶରେ ବିଜେପିର ସାଂସଦ ସଂଖ୍ୟା ୭୩ ରହିଛି। ୨୦୧୯ ନିର୍ବାଚନରେ ଏହା ବଢି ୭୪ରେ ପହଞ୍ଚିବ ବୋଲି ସେ କହିଛନ୍ତି।

Leave A Reply